-+91-9937148622 |

prerana_bgr@rediffmail.com |

  Wednesday 29th July 2026 |

| | | |

R.N.I. Regd No. ODIODI/2010/46693

Breaking News

*କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   (29-Jul-2026)       ||      *ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   (29-Jul-2026)       ||      କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   (29-Jul-2026)       ||      *ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   (29-Jul-2026)       ||      ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   (28-Jul-2026)       ||      "ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   (28-Jul-2026)       ||      ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ    (28-Jul-2026)       ||      ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   (28-Jul-2026)       ||      ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   (28-Jul-2026)       ||      ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (28-Jul-2026)       ||      ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (28-Jul-2026)       ||      ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||     

HOME   ଜିଲ୍ଲା

*ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-

29-Jul-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଏବଂ ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର, ନୂଆଁ ଦିଲ୍ଲୀ ସହଯୋଗରେ  ଆଜି ପବିତ୍ର ଗୁରୁ ପୂର୍ଣ୍ଣମା ଉତ୍ସଵ ଅନୁଷ୍ଠିତ ହୋଇଥିଲା l  ସାରସ୍ୱତ ଗୁରୁ ଶିଷ୍ୟ ପରମ୍ପରା ସହିତ ଲୋକନୃତ୍ୟ କରସମାନୀ ପ୍ରର୍ଦଶନ କରା ଯାଇଥିଲା l ଅନୁଷ୍ଠାନ ର ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଚୌଧୁରୀ ବିଭାରବଙ୍କ  ସଂଯୋଜନାରେ ଜିଲ୍ଲାର କଳା, ନାଟକ, ସଂଗୀତ, ନୃତ୍ୟ ଓ ସଂସ୍କୃତିକୁ ନିଜର ନିଷା ଭାବରେ ଆପଣେଇ ନେଇଥିବା ପ୍ରବୀଣ ବର୍ଷିଆନ ଗୁରୁ ଏବଂ ଶିଷ୍ୟ  ମାନଙ୍କୁ ଅନୁଷ୍ଠାନ ତରଫରୁ ଗୁୁରୁଶ୍ରୀ ଓ ଶିଷ୍ୟଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉଲୁଣ୍ଡା ବ୍ଲକର ଶ୍ରୀପୁରା ଗ୍ରାମର ଗୁରୁ ନେପାଲ ଭୋଇ,  ଡୁଂଗୁରିପାଲି ବ୍ଲକର ବେହେରାମାଲ ଗ୍ରାମର ତାଲସମ୍ପ୍ରଦା କଳାକାର ଗୁରୁ ଅକୃର୍ ପଧାନ, ସମଲେଇଚୁଆଁର ମଂଚ ଅଭିନେତା ଗୁରୁ ଯୁଗଲାଲ ପଧାନ, ଗିଧମାଲ ର କରମସାନୀ କଳାକାର ଗୁରୁ ଚଉବନ ଭୋଇ, ସୋନପୁର ଘୋଡାଘାଟପରା କଳାକାର ଗୁରୁ ସଦାମ ନାଏକ ଓ   ବିନିକା ବ୍ଲକର କରମସାନୀ ବାଦ୍ୟ ଶିଳ୍ପୀ ଗୁରୁ ଘନଶ୍ୟାମ ଭୁଏ  “ତସ୍ମୈଶ୍ରୀ ସମ୍ମାନ-୨୦୨୬” ରେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଓ ଫୁଲତୋଡା ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ସେହିପରି ଶ୍ରୀ ଦାଶରଥି ମହାନନ୍ଦିଆ, ଶ୍ରୀ ସନ ବଘାର ଓ ଶ୍ରୀ ବୁଲୁ ବାଘ ପ୍ରମୁଖଙ୍କୁ “ଶିଷ୍ୟଶ୍ରୀ ସମ୍ମାନ-୨୦୨୬” ମଧ୍ୟ ସମ୍ମାନିତ କରାଯାଇଥିଲା ।   ପ୍ରଥମେ କଳାକାର ଗୁରୁ ଗୋକୁଳ ମାଝି ଓ ମହାଦେବ ବେହେରା ଆବାହନୀ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଶ୍ରୀ ଅଭିମନ୍ୟୁ କୁଶଳ ଓ ଶ୍ରୀମତୀ ମମତା ଦାସ, ସୋନପୁର ସମ୍ମାନୀତ ଅତିଥି  ଓ ଐତିହାସିକ, ଲେଖକ ଗୁରୁ ସୁଦାମ ନାଏକ ଆଲୋକଚ ଭାବରେ ଉପସ୍ଥିତ ରହି ଏହା ଗୋଟିଏ ନିଆରା ଗୁରୁଶିଷ୍ୟ ପରମ୍ପପରା ର ନିର୍ଦଶନ ସହିତ ଉଚ୍ଚ କୋଟିର କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । ପୁରୀ ଶ୍ରୀମନ୍ଦିରର ନିଳଚକ୍ର କୁ କପଡାରେ ଡିଜାଇନ କରି ସାଉତ ଚାଇନାରେ ଶ୍ରେଷ୍ଠ ଡାଜାଇନର ପୁରଷ୍କାର ପାଇଥିବା ଶ୍ରୀମତୀ ମମତା ଦାସଙ୍କୁ ଅନୁଷ୍ଠାନ ତରଫରୁ ବିପୁଳ ସମ୍ବର୍ଦ୍ଧନା କରାଯାଇଥିଲା ।  ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲୋକନୃତ୍ୟ ଓ ଲୋକଗୀତ କରମସାନୀ ପରିବେଷଣ ହୋଇଥିଲା ।  ଅନୁଷ୍ଠାନର ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ଅତିଥି ପରିଚୟ ପ୍ରଧାନ କରିଥିଲେ ଏବଂ କାର୍ଯ୍ୟକ୍ରମର ଶେଷରେ ସହ ସଂପାଦକ ଶ୍ରୀ ପୃଥିରାଜ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଗୋପାଳ ମେହେର, ସନ୍ତୋଷ ମିଶ୍ର, ସୌମ୍ୟ ରଂଜନ ସେଠୀ, ଅମିତ ସାହୁ ଶଙ୍କର ମେହେର, ଶ୍ରୀମତୀ ସସ୍ମତା ରାଣୀ ଦୀପ ଓ ସୁଶାନ୍ତ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଲୋକ କଳାକାର ଅଂଶଗ୍ରହଣ କରିଲେ । କଳାକାର ଗୁରୁ ସଦାନନ୍ଦ ମାଝି, ଗୁରୁ ଗୋକୁଳ ମାଝି, ଗୁରୁ ନିରାକାର ଦେହୁରୀ, ଗୁରୁ ରମେଶ ପଧାନ, ଗୁରୁ ବୌରାଗୀ ବାଘ,  ଗୁରୁ ଶ୍ୟାମ ସୁନ୍ଦର ସୁନା, ସିଲନ ଭୋଇ,  ଗୁରୁ ମାନଭଂଜନ ଭୋଇ, ଜୟଶ୍ୱର କୁମ୍ଭାର, ଗଜନ୍ଦ୍ରିର ରାଣଭଂସିଆ, କୁମାର ମହାନନ୍ଦ, ସିଧେଶ୍ୱର ରାଜହଂସ, ଚନ୍ଦ୍ରଶେଖର କର୍ମି, କରୁଣା ବଗତି, ପରିକ୍ଷିତ ବଗର୍ତି, କୃତିବାସ ବଗର୍ତି, ଭଜନ କମ୍ଭାର, ନାରାୟଣ କୁମ୍ଭାର, ରାଘବ ସୁନା, ଶ୍ରୀଧର ପେରା ପ୍ରମୁଖ ଗୀତ ଓ ନାଚ ପରିବେଷଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   29-Jul-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   29-Jul-2026
  ଜିଲ୍ଲା  
*ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   29-Jul-2026
  ଜିଲ୍ଲା  
କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   29-Jul-2026
  ଜିଲ୍ଲା  
*ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   29-Jul-2026
  ଜିଲ୍ଲା  
ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   28-Jul-2026
  ଜିଲ୍ଲା  
"ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   28-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ   28-Jul-2026
  ରାଜ୍ୟ  
ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   28-Jul-2026
  ରାଜ୍ୟ  
ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   28-Jul-2026
  ଜିଲ୍ଲା  
ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   28-Jul-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   28-Jul-2026

You Might Also Like