-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
29-Jul-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷା ରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସଭାରେ ବିଶେଷ ଅତିଥିଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦେବୀ ପ୍ରସାଦ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମl ଡା. ପଦ୍ମହଂସା ଦୋରା ଓ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଜାତୀୟ ସ୍ୱାସ୍ଥ୍ୟ ମିଶନ ରୂପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ବୃନ୍ଦ -ହେପାଟାଇଟିସ ରୁ ସୁରକ୍ଷିତ ରହିବା ନିମନ୍ତେ ସମସ୍ତ ଭେଦଭାବ ଓ ପ୍ରତିବନ୍ଧକ କୁ ଦୂର କରିବା, ଜନ୍ମ ର ୨୪ଘଣ୍ଟା ମଧ୍ୟରେ ସବୁ ଶିଶୁ ଙ୍କୁ ହେପାଟାଇଟିସ ପ୍ରତିଷେଧକ ଟୀ କା -ନିଶ୍ଚୟ ଦିଅନ୍ତୁ, ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉକ୍ତ ରୋଗ ର ଚି଼ହ୍ନଟ ପାଇଁ ରକ୍ତ ପରୀକ୍ଷା ବିନା ମୂଲ୍ୟ ରେ ଉପଲବ୍ଧ। ଉକ୍ତ ରୋଗ ରୁ ରକ୍ଷା ପାଇବା ପାଇଁ :-କେବଳ ସ୍ୱୀକୃତି ପ୍ରାପ୍ତ ବ୍ଲଡ଼ ବ୍ୟାଙ୍କ ରୁ ରକ୍ତ ଗ୍ରହଣ କରନ୍ତୁ, ଅସୁରକ୍ଷିତ ଯୌନ ସମ୍ପର୍କ ରୁ ଦୁରେଇ ରୁହନ୍ତୁ ଏବଂ ତଟକା ଖାଦ୍ୟ ଖାଆନ୍ତୁ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ସବୁ ସମୟ ରେ ହାତ ଧୁଆ ଅଭ୍ୟାସ ଜାରି ରଖନ୍ତୁ, ଇତ୍ୟାଦି ନିମନ୍ତେ ସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।ଆଜି ଜ଼ିଲ୍ଲା ର ଉପକାରାଗାର ଠାରେ ୬୮ଜଣ ଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଅତିତିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବା ବେଳେ, ଲୋପାମୁଦ୍ରା ମହାନ୍ତି ଏପିଡେମିଓଲୋଜିଷ୍ଟ,କିଶୋର କୁମାର ସାହୁ DMRCH , DAM , DDM, AM CP,AM QA,ଶୋଭନା ଦାସ, ସୁବ୍ରତ କୁମାର ପାଣିଗ୍ରାହୀ, ନାରାୟଣ ରଥ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ପ୍ରଭୃତି କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଡ୍ରାଇଭର ସଙ୍ଘ ର ସଭାପତି ତଥା କର୍ମକର୍ତା,ଆଶାକର୍ମୀ ,ମାସ ମେମ୍ବର,ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ମହିଳା , ସ୍ବାସ୍ଥ୍ୟ ଅଧିକାରୀ ବୃନ୍ଦ ଓ ବିଭିନ୍ନ ମିଡ଼ିଆ ବନ୍ଧୁ ମାନେ ଉପସ୍ଥିତ ଥିଲେ । ଶେଷ ରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରୂପକ କୁମାର ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମସ୍ତ କର୍ମକର୍ତ୍ତା ତଦାରଖ କରିଥିଲେ I