-+91-9937148622 |
prerana_bgr@rediffmail.com |
Monday 27th July 2026 |
R.N.I. Regd No. ODIODI/2010/46693
Breaking News
27-Jul-2026
ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ରତାଖଣ୍ଡି ପଂଚାୟତ ର ଡ଼ୁମେରଝରଣ ଗ୍ରାମ ହରିଜନ ପଡ଼ାର ପ୍ରାୟ ଘରେ ପାଣିଜମି ଚାଉଳ ସମେତ ଅନ୍ୟାନ୍ୟ ଜିନିଷ ନଷ୍ଟ ହେବାସହ ରତାଖଣ୍ଡି ର ବନ୍ଧଆଡି ଭାଙ୍ଗିଯାଇଛି l ତାଳଜୁରୀ ରୁ ରେଙ୍ଗାଲି ରାସ୍ତାରେ ଥିବା ପୋଲ ଉପରେ ଅଣ୍ଟାଏ ପାଣି ଯିବାଦ୍ୱାରା ପୋଲିସ ଓ ଜିଲ୍ଲା ପ୍ରଶାସନ କୁମିଆପାଲି ଗାଁ କୁ ଯାଇ ନ ପାରିବାରୁ ରେଙ୍ଗାଲି ପୋଲ ପାଖରେ ରହି ସନ୍ଧ୍ୟା ରେ ପୁଣି ବଲାଙ୍ଗୀର କୁ ଫେରିଥିଵା ରତାଖଣ୍ଡି ସରପଞ୍ଚ ହିମାଞ୍ଚଳ ମେହେର ସୂଚନା ଦେଇଛନ୍ତି l ଏହାସହ ତାଳଜୁରୀ ର ବନ୍ଧଆଡି ଓ ତାଲାମୁଣ୍ଡା ପୋଲ ଉପରେ ଅଣ୍ଟାଏ ପାଣି ପ୍ରବେଶ କରିବାରୁ ଡ଼ୁମେରଝରଣ ରୁ ରେଙ୍ଗାଲି ମୁଖ୍ୟ ରାସ୍ତା ରେ ଯାତାୟାତ ବନ୍ଦ ହୋଇ ଯାଇଥିଲା l
ସୂଚନା ମୁତାବକ ଲୋୟର ସୁକ୍ତେଲ ଡ୍ୟାମ ର ତିନିଟି ଗେଟ ଖୋଲା ହେବା ସଂଗେ ସଂଗେ ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗୁଡ଼ିକ ପାଣି ଘେର ରେ ଭାସିଵା ସହ ଯାତାୟାତ ଠପ ହୋଇଯାଇଛି l ଯାହାକି ଲୋଇସିଂହା, ଉପରଵାହାଲ, ସରଗାଡ଼ ସାନଝାଙ୍କରପାଳି, ଜାମଜୁରୀ, ରେଙ୍ଗାଲି, ବନଛୋରପାଳି, ଜଡାମୁଣ୍ଡା, ଟେଭାଡୁଙ୍ଗରି, ହୀରାପୁର, ଡ଼ୁମେରଝରନ ଆଦି ଗ୍ରାମ ଗୁଡିକରେ କେଉଁଠି ରାସ୍ତା ଯାତାୟାତ ଠପ ତ କେଉଁଠି ଘର ଗୁଡିକ ପାଣି ଘେରରେ ତ କେଉଁଠି ବିଦ୍ୟୁତ ବିଛିନ୍ନ l ଯାହା ଫଳରେ ଲୋକ ଙ୍କ ଦୁଃଖ କହିଲେ ନ ସରେ l ଏ ବାବଦରେ ଲୋଇସିଂହା ତହସିଲଦାର ଟିକନୁ ପୁଟା ଙ୍କୁ ପଚାରି ବୁଝିବାରୁ ଆମ ରିଭିନ୍ୟୁ ବିଭାଗ ତଦାରଖ କରି ରିପୋର୍ଟ ନେଉଛି ବୋଲି ପ୍ରକାଶ କଲେ l ଏହାସହ ବ୍ଲକ ପ୍ରଶାସନ ମଧ୍ୟ ଏ ଦିଗରେ ତଦାରଖ କରୁଛି ବୋଲି ଏବିଡ଼ିଓ କିଶୋର ମାନସିଂହ କହିଛନ୍ତି l ବାକି ରହିଲା ଜିଲ୍ଲା ପ୍ରଶାସନ ଏ ସମସ୍ୟା ପ୍ରତି କିଭଳି ପଦକ୍ଷେପ ନେଉଛି l