-+91-9937148622 |
prerana_bgr@rediffmail.com |
Wednesday 29th July 2026 |
R.N.I. Regd No. ODIODI/2010/46693
Breaking News
29-Jul-2026
ବରପାଲି, (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀ ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ପ୍ରତିଷ୍ଠାନର କଦଳିପାଲି ଶାଖା କୁମ୍ଭାରୀ ଗୁରୁ ପୀଠରେ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ଓ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଛି । ଏଥିରେ ଆଚାର୍ଯ୍ୟ ଶେଷଦେବ,ମହେନ୍ଦ୍ର ମହାରଣା,ବଳବନ୍ତ ଛତ୍ରିଆ,ରାଜେଶ ପଧlନ, ଗୁରୁବା,ଗୁରୁମା,ସାଧକ ଓ ସାଧିକ l ଯୋଗଦାନ କରି ମହର୍ଷି ପlତାଞ୍ଜଳୀଙ୍କ ଯୋଗ ସୂତ୍ର ଗୁଡ଼ିକୁ ଗ୍ରହଣ କରିବା,ତାକୁ ଜୀବନରେ ଉପଯୋଗ କରିବା ଏବଂ ବିଜ୍ଞାନ ସମ୍ମତ ଆଧ୍ୟାତ୍ମିକ ଶିକ୍ଷା ଦ୍ଵାରା ଜୀବନକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରି ଗଢ଼ି ତୋଳିବା ଆଜିର ଲକ୍ଷ ହେଉ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଥମେ ପୂଜା ପୀଠରେ ପୂଜାର୍ଚ୍ଚନା ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ,ମାଧ୍ୟମ ଓ ଶେଷ ସଙ୍ଗୀତ ଗାନ କରିଥିଲେ ବାସନ୍ତୀ,ମମତା ଓ ସୁଜାତା । ପ୍ରକାଶ ପଧlନ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଇଁ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅମୃତଲlଲ ପଧlନ । ଏଥିରେ ସମସ୍ତ ଆଚlର୍ଯ୍ୟ ଆଚାର୍ଯ୍ୟl, ଗୁରୁବା ଗୁରୂମା,ସାଧକ ସାଧିକା ଗ୍ରାମ ତଥା ଆଖ ପାଖ ଅଞ୍ଚଳର ଆଧ୍ୟାତ୍ମିକ ପ୍ରେମୀ ଉପସ୍ଥିତ ଥିଲେ ।