-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2023
ଟିଟିଲାଗଡ଼ (ପ୍ରେରଣା ଖବର ): ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାର ପିଲାଙ୍କ ମଧ୍ୟରେ ପୁସ୍ତକ ମନସ୍କହେବା ପାଇଁ ଦୀର୍ଘ ଚାରି ବର୍ଷ ହେବ ପାଠାଗାର କାର୍ଯ୍ୟ କ୍ରମ କରି ଆସୁଛନ୍ତି।
ଆଜି ଟିଟିଲାଗଡ଼ ବ୍ଳକ ସ୍ଥିତ ଡଇଆଟନ ୟୁ ପି ସ୍କୁଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମୀନତି ପଟ୍ଟନାୟକ ଅଧ୍ୟକ୍ଷତା କରି ଛାତ୍ର ଛାତ୍ରୀ ପୁସ୍ତକ ପଠନ ପ୍ରତି ଆଗ୍ରହ ହେବାର ପ୍ରୟାସ କରି ଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଶୁଭ ଲକ୍ଷ୍ମୀ ମହାପାତ୍ର , ସତ୍ୟ ନାରାୟଣ ନାଏକ ପୁସ୍ତକ ଚରିତ୍ର ଗଠନ ରେ ସହାୟକ ହୋଇ ଥାଏ ବୋଲି ମତ ପ୍ରକାଶ କରିଥିଲେ।
ଶେଷରେ ପ୍ରତିଯୋଗିତା ହୋଇ କୃତିଛାତ୍ର ଛାତ୍ରୀ ତିନି ଜଣଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।