-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||      ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   (29-Jul-2026)       ||      କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ପାଳିତ*- --   (29-Jul-2026)       ||      *ସାଂସ୍କୃତିକ ପଏଁରୀ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ*-   (29-Jul-2026)       ||      କୁମ୍ଭlରୀ ଗୁରୁ ପୀଠରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାର୍ବଭୌମ ଆଧ୍ୟାତ୍ମିକ ଦିବସ ମହାସମାରୋହରେ ପାଳିତ   (29-Jul-2026)       ||      *ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ପୋଡ଼ାଗଡ ଜାତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଆରମ୍ଭ*   (29-Jul-2026)       ||      ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   (28-Jul-2026)       ||      "ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   (28-Jul-2026)       ||     

HOME   ଜିଲ୍ଲା

ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ

30-Jul-2026



 

 

      ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ - ନିଟ ପ୍ରଶ୍ନ ପତ୍ର ଲିକ୍, ପରବର୍ତ୍ତୀ ଆନ୍ଦୋଳନ, ପରେ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ଗତକାଲି 

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱର ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କୁ ନେଇ ଆଜି ବିଜେଡି ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀ ଙ୍କ ପକ୍ଷରୁ କରାଯାଇଥିବା ଟିପ୍ପଣୀ କୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖିଲେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ । 

      ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଦ୍ଵାରା ପ୍ରଦତ୍ତ ଏକ ପ୍ରେସ ବିବୃତିରେ ଶ୍ରୀ ନାଉରୀ ନାୟକ କହିଛନ୍ତି ଯେ...

ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀ ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଯେତିକି ହାସ୍ୟାସ୍ପଦ ସେତିକି ନିନ୍ଦନୀୟ । ତାଙ୍କର ବକ୍ତବ୍ୟ ଶୁଣିଲେ ଲାଗୁଚି ଯେମିତି ସୈତାନ ବେଦ ପାଠ କରୁଛି । ନବୀନ ପଟ୍ଟନାୟକ ଙ୍କ ୨୪ ବର୍ଷ ର ଶାସନ କାଳରେ ସେ ନିଜେ ୧୦ ବର୍ଷ କ୍ଷମତାରେ ରହିଥିଲେ । ଆଜି ସେ ଛାତ୍ର ଛାତ୍ରୀ ଯୁବକ୍ ଯୁବତୀ ଙ୍କୁ ନେ଼ଇ ଯେଉଁ ଉଦବେଗ ପ୍ରକାଶ କରିଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ସଦୃଶ ।

     ନିଜେ ଶାସନ ରେ ଥିବା ସମୟ ରେ ରାଜ୍ୟ ରେ ୨୦୧୫ ରେ କନଷ୍ଟେବଲ ନିଯୁକ୍ତ ଅନିୟମିତତା, ୨୦୧୬, ୨୦୧୯ ଓ ୨୦୨୨ ରେ ପ୍ରଶ୍ନ ପତ୍ର ଲିକ୍, ୨୦୧୮ ମେଟ୍ରିକ୍ ପ୍ରଶ୍ନ ପତ୍ର ଲିକ୍, ୨୦୨୩ କନିଷ୍ଠ ଯନ୍ତ୍ରୀ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଭଳି ଅନେକ ଘଟଣା ଘଟିଥିଲା, ତାହା ସେ ବୋଧେ ଭୁଲି ଯାଉଛନ୍ତି । ସେତେବେଳେ ବିଜେଡି ସରକାର ର କୌଣସି ମନ୍ତ୍ରୀ ନା ନିଜେ ଦାୟିତ୍ବ ମୁଣ୍ଡେଇଥିଲେ ନା ଇସ୍ତଫା ଦେଇ ନଥିଲେ । 

   ତାଙ୍କ ସରକାର ସମୟରେ ଶହ ଶହ ଧର୍ଷଣ, ଗଣଧର୍ଷଣ, ନାରୀ ନିର୍ଯାତନା ଓ ହତ୍ୟା, ରାଜନୈତିକ ହତ୍ୟା ଘଟିଥିଲା । ପରୀ, ବେବିନା, ମମିତା ମେହେର, ମାଧବିଲତା ଭଳି ଅନେକ ଧର୍ଷଣ ହତ୍ୟ ଘଟଣାରେ ତାଙ୍କର ପ୍ରତିକ୍ରିୟା କଣ ଥିଲା...? ମହଙ୍ଗା ଡବଲ ମର୍ଡର ଠୁଁ ଆରମ୍ଭ କରୀ ସରକାର ଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀ ଙ୍କ ସ୍ପଷ୍ଟ ଦିବାଲୋକ ରେ ହତ୍ୟା ଘଟଣାରେ ତାଙ୍କର ଆଭିମୁଖ୍ୟ କଣ ଥିଲା..? ପ୍ରତ୍ୟେକ ଘଟଣା ରେ ବିଜେଡି ର କୌଣସି ନା କୌଣସି ନେତା ମନ୍ତ୍ରୀ ବିଧାୟକ ଙ୍କ ପରୋକ୍ଷରେ ହେଉ କି ପ୍ରତାକ୍ଷରେ ହେଉ ନାମ ସଂଶ୍ଳିଷ୍ଟ ଥିଲା । ପ୍ରତ୍ୟେକ ଘଟଣାକୁ ତତ୍କାଳୀନ ସରକାର ଚପେଇ ଦେଉଥିଲେ । ସେତେବେଳେ କେତେଜଣ ବିଧାୟକ କି ମନ୍ତ୍ରି ଇସ୍ତଫା ଦେଇଥିଲେ..? ରାଜ୍ୟ ଶହ ଶହ ଚାଷୀ ଆତ୍ମହତ୍ୟା କରିଥିଲେ ସେତେବେଳେ ସେ କେଉଁଠି ଥିଲେ..?

      ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ର ଲକ୍ଷ ଲକ୍ଷ ଲୋକ ନିର୍ବାଚିତ କରି ମାତ୍ରାଧିକ ବ୍ୟବଧାନ ରେ ସମ୍ମନ୍ ପୂର୍ବକ ଭାବେ ଲୋକସଭାକୁ ପଠେଇଛନ୍ତି । ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ର ଲୋକେ ବର୍ତମାନ ଅନୁଭବ କରି ସାରିଲେଣି ଯେ ଧର୍ମେନ୍ଦ୍ର ପ୍ରଧାନ ହେଇଛନ୍ତି ବିକାଶ୍ ପୁରୁଷ । ସେ ସମ୍ବଲପୁର ଆସିବା ପରେ ସମ୍ବଲପୁର ର ଅନେକ ବିକାଶ କାର୍ଯ୍ୟ ଯୋଜନା କରି ତାକୁ କ୍ରୀୟନ୍ଵୟନ୍ କରିଛନ୍ତି । ସେ ରେଢ଼ାଖୋଲ ର ଭୀମ ମଣ୍ଡଳୀ ର ବିକାଶ ହେଉ କି ସୁରେନ୍ଦ୍ର ସାଏ ଙ୍କ ଜନ୍ମ ସ୍ଥନ ଖୀଣ୍ଡା ର ବିକାଶ ହେଉ, ଦ୍ୱିତୀୟ ଜାଲିଆନାୱାଲାବାଗ କୁଦୋପାଲି ର ଉନ୍ନତୀକରଣ ହେଉ କି ହୀରାକୁଦ ର ପର୍ୟ୍ୟଟନ ର ବିକାଶ ହେଉ, ରିଭର୍ ଫ୍ରଣ୍ଟ ହେଉ କି ଆଉଟର ରିଙ୍ଗ ରୋଡ ହେଉ ବହୁମୁଖୀ ବିକାଶ ର ବିନ୍ଧାଣୀ ସାଜିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଯାହା ବିଜେଡି ସରକାର କେବେ ଚିନ୍ତା ବି କରି ପାରିନଥିଲା । ତେଣୁ ସଂସଦ ପଦବୀ ରୁ ଇସ୍ତଫା ଦେବା ପ୍ରସଙ୍ଗ ଉଠାଇ ସେ ଲୋକଙ୍କ ମତ କୁ ଅସମ୍ମାନ ପ୍ରଦର୍ଶନ କରୁଛନ୍ତି । 

      ରହିଲା କଥା ଇସ୍ତଫା ପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ରେ ହୋଇଥିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ତାଙ୍କର କୋଟି କୋଟି ସମର୍ଥକ ରହିଛନ୍ତି । ଵିଶେଷ କରି ରାଜ୍ୟ ରେ ନବୀନ ପଟ୍ଟନାୟକଙ୍କ ସରକାର ଥିବା ବେଳେ ୨୦୧୪ ରୁ ୨୦୨୪ ମଧ୍ୟରେ ରାଜ୍ୟ ରେ ଶହ ଶହ କେନ୍ଦ୍ରୀୟ ଯୋଜନା ଓ ବିକାଶ କାର୍ଯ୍ୟ କୁ ଓଡ଼ିଶା କୁ ଆଣିବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପରେ ଓଡ଼ିଶା ର ଯଦି କୌଣସି ନେତା ରାଷ୍ଟ୍ରୀୟ ରାଜନୀତିରେ ନିଜକୁ ସ୍ଥାପିତ କରି ଓଡ଼ିଶା କୁ ଗୌରାନ୍ଵିତ କରିଛି ତ ସେ ହେଉଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୋକପ୍ରିୟତା କୁ ବିଜେଡି ହଜମ୍ କରି ପାରୁ ନାହିଁ । ଶାସନ ଯିବାର ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କର ଅବସ୍ଥା ଔଷଧ ଅଭାବ ରେ ତାଟିଆ କାମୁଡିବା ଭଳି ହୋଇ ଗଲାଣି ।

     ସେହଭଳି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଓ ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ମିଳିତ ପ୍ରେସ ବିବୃତିରେ କହିଛନ୍ତି ଯେ...

    ରୋହିତ ବାବୁ ଙ୍କ ମନ୍ତବ୍ୟ ଦୁର୍ଭାଗ୍ୟପୂର୍ଣ୍ଣ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀଟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଘଟଣା ର ଦୋଷ ନିଜେ ନେଇ ତୁରନ୍ତ ସିବିଆଇ ତଦନ୍ତ କରେଇ, ଖୁବ କମ ସମୟରେ ପୁନଃ ପରୀକ୍ଷା କରାଇଥିଲେ । ଦେଶ କୁ ରାଷ୍ଟ୍ର ଦ୍ରୋହୀ ଙ୍କ ଅରାଜକତା ବଞ୍ଚେଇବା ପାଇଁ ଇସ୍ତଫା ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   30-Jul-2026
  ରାଜ୍ୟ  
କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   30-Jul-2026
  ଜିଲ୍ଲା  
କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   30-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   30-Jul-2026
  ଜିଲ୍ଲା  
ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   30-Jul-2026
  ଜିଲ୍ଲା  
ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   30-Jul-2026
  ଜିଲ୍ଲା  
ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା   30-Jul-2026
  ଜିଲ୍ଲା  
ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   30-Jul-2026
  ରାଜ୍ୟ  
ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   29-Jul-2026
  ଜିଲ୍ଲା  
କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   29-Jul-2026
  ରାଜ୍ୟ  
ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   29-Jul-2026
  ଜିଲ୍ଲା  
ଗୁରୁ ପୁର୍ଣିମା ଦିବସ ପାଳିତ   29-Jul-2026

You Might Also Like