-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
31-Jul-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଭାରତ ବିକାଶ ପରିଷଦ (ବିଭିପି), ସୋନପୁର ଶାଖା ପକ୍ଷରୁ ପରିବେଶ ସୁରକ୍ଷା, ବନୀକରଣ ତଥା ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଆଜି (୩୦ ଜୁଲାଇ) ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ସାହୁଙ୍କ ନେତୃତ୍ୱରେ ଏବଂ ସୋନପୁର ଶାଖାର ପରିବେଶ ସଂଯୋଜକ ଶ୍ରୀ ଅରବିନ୍ଦ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ରାଜେନ୍ଦ୍ର ରଣା, ଡ. ନରେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ସୁଶୀଲ କୁମାର ପର୍ଧିଆ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ମୋଟ ୧୫୦ଟି ସିଡ୍ ବଲ୍ ପ୍ରସ୍ତୁତ କରାଯାଇ ସହର ର ବିଭିନ୍ନ ଉପଯୁକ୍ତ ସ୍ଥାନରେ ନିକ୍ଷେପ କରାଯାଇଥିଲା। ବର୍ଷା ଋତୁରେ ଏହି ସିଡ୍ ବଲ୍ଗୁଡ଼ିକ ଅଙ୍କୁରିତ ହୋଇ ଅଧିକରୁ ଅଧିକ ବୃକ୍ଷ ସୃଷ୍ଟିରେ ସହାୟକ ହେବ ବୋଲି ଉପସ୍ଥିତ ସଦସ୍ୟମାନେ ଆଶା ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ଯେ ଆମ୍ବ ଟାକୁଆ, ଜାମୁ ମଞ୍ଜି, ପଣସ ମଞ୍ଜି, କାଜୁ ମଞ୍ଜି ସବୁ କୁ ଗୋବର ରେ ମିଶ୍ରିତ କରି ଏହି ସିଡ୍ ବଲ ତିଆରି କରା ଯାଇଥିଲା l
ଏହି ଅବସରରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ଜୈବ ବିବିଧତାର ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ପ୍ରକୃତିର ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା।
ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ପରିବେଶ ସଚେତନତା ଓ ବୃକ୍ଷରୋପଣ ଭିତ୍ତିକ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି।