-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
31-Jul-2026
ବରଗଡ଼(ତୁଳସୀ ଚରଣ ଦାଶ): ବରଗଡ଼ ଜିଲ୍ଲା ଲାୟନ୍ସ କ୍ଳବ୍ ର ୪୭ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗଣପତି ହୋଟେଲ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ ଗଭର୍ଣ୍ଣର ଲାୟନ ଚରଣଜିତ କୌର ହୋରା ଓ ଇଷ୍ଟାଲେସନ ଅଫିସର ଲାୟନ ଦୁର୍ଗା ପ୍ରସାଦ ଶର୍ମା ଯୋଗଦେଇଥିଲେ । ସମ୍ମାନିୟ ଅତିଥି ଭାବେ ଚାଟାର୍ଡ ମେମ୍ବର ଡାକ୍ତର ଓମ୍ ପ୍ରକାଶ ଲାଠ, ଜୋନାଲ ଚେୟାର ପର୍ସନ ମନୋଜ ମହାପାତ୍ର,ରିଜିଓନାଲ ଚେୟାର ପର୍ସନ ପ୍ରଦୀପ ତୟାଲ ଓ ପୁର୍ବତନ ଅଧ୍ୟକ୍ଷ ଲାୟନ କିଶନ ଲାଲ୍ ଅଗ୍ରୱାଲ, ପୁର୍ବତନ ଲିଓ ଅଧ୍ୟକ୍ଷ ଆୟୁଷ ଗୁପ୍ତା ଯୋଗଦେଇଥିଲେ । ଏହି ଅବସରରେ ନୂତନ ପଦାଧିକାରୀ ମାନଙ୍କ ସପଥପାଠ କରାଯାଇଥିଲା ।
ସଭାପତି ଭାବରେ ଲାୟନ ଅଭୟ କୁମାର ଭୋଇ, ସଂପାଦକ ଲାୟନ ବିନୟ ଲାଠ, କୋଷାଧ୍ୟକ୍ଷ ଲଳିତ କୁମାର ଅଗ୍ରୱାଲ ଓ ଲିଓ କ୍ଲବ ର ସଭାପତି ଲିଓ ତରୁଣ ଲାଠ, ସଂପାଦକ ଲିଓ ମୟଙ୍କ ରେଖାନୀ ଓ କୋଷାଧ୍ୟକ୍ଷ ଗୌରବ ଅଗ୍ରୱାଲ ଙ୍କୁ ନିର୍ବାଚିତ କରାଯାଇ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଏହି ଅବସରରେ ଗତବର୍ଷ ର ବିଭିନ୍ନ କାର୍ଯ୍ୟକ୍ରମ ରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ସଭ୍ୟ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭାପତି ତାଙ୍କ ଅଭିଭାଷଣରେ ଲାୟନ ଚକ୍ଷୁ ଚିକିତ୍ସାଳୟ ଓ ଜମୁର୍ଡା କୁଷ୍ଠାଶ୍ରମ ର ଉନ୍ନତି ପାଇଁ ଗୁରୁତ୍ୱାରୋପ କରିଥିଲେ । ସମାଜର ନିମ୍ନ ସ୍ତରରେ ଥବା ଗରିବ ଲୋକଙ୍କ ପାଖରେ ଯେପରି କ୍ଲବ ପକ୍ଷରୁ ସହଯୋଗ ପହଞ୍ଚି ପାରିବ ସେ ସମ୍ପର୍କରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୌରଭ ରେଖାନୀ ମଞ୍ଚ ପରିଚାଳନା କରିଥିବା ବେଳେ ବିନୟ ଲାଠ ଧନ୍ୟବାଦ ଅର୍ପଣ କରିଥିଲେ ।
---------×××---------