-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
31-Jul-2026
ଡୁଙ୍ଗୁରିପାଲି (ଆରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ବିଶ୍ୱାଳ, ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶୁକଦେବ ଝାଙ୍କର, ବରିଷ୍ଠ କାର୍ଯ୍ୟାଳୟ ସହାୟକ ଶ୍ରୀଯୁକ୍ତ ଗୋପାଳ ସାହୁ ଙ୍କ ଅବସର କାଲିନ ବିଦାୟ ସଂବର୍ଦ୍ଧନା ସଭା ସହ ଡୁଙ୍ଗୁରିପାଲି ମହାବିଦ୍ୟାଳୟରୁ ସୋହେଲା ମହାବିଦ୍ୟାଳୟକୁ ବଦଲି ହୋଇଥିବା ଓଡ଼ିଆ ବିଭାଗ ର ବିଭାଗୀୟ ମୁଖ୍ୟ ଡଃ ଲକ୍ଷ୍ମଣ ଭୁଏ ଙ୍କ ପାଇଁ ଏକ
ବିଦାୟକାଳୀନ ସଂବର୍ଦ୍ଧନା ସଭା ଅଧ୍ୟକ୍ଷ ହୃଦାନନ୍ଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବରେ ଡୁଙ୍ଗୁରିପାଲି ମହାବିଦ୍ୟାଳୟର ପ୍ରଥମ ସଂପାଦକ ତଥା ବର୍ତ୍ତମାନ ର ସରପଞ୍ଚ ଚିତ୍ତରଞ୍ଜନ ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବରେ ଡୁଙ୍ଗୁରିପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇଥିଲେ । ପ୍ରଥମେ ମାଁ ସରସ୍ୱତୀଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଛାତ୍ରୀ ପ୍ରୀତୀ, ସପ୍ନା, ରୂପାଲି ଏବଂ ସାଥୀ ପ୍ରାରମ୍ଭିକ ଓ ବିଦାୟୀ ସଂଗୀତ ଗାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଦାଶ ସମସ୍ତ ବିଦାୟୀ କର୍ମଚାରୀ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ