-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
22-Dec-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଗଣିତ ଦିବସ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଆବସରପ୍ରାପ୍ତ ଗଣିତ ଶିକ୍ଷକ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲ l
ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ଦିବସର ଉଦ୍ଦେଶ୍ୟ କହିବା ସହିତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ରୀ ସିତୁ ସାହୁ ସଂଯୋଜନା କରିଥିଲେ ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜନନିକା ନାଏକ, ଲିପ୍ସା ଜୁଆଡି, ଅର୍ଚ୍ଚିତା ପ୍ରଧାନ, ମୁଷ୍କାନ ସାହୁ, ଶୁଭଶ୍ରୀ ପୁଟେଲ, ତାନୁଷ୍ରୀ ଯୁଆଡି, କିରଣ ପୁଟେଲ, ସ୍ନିଗ୍ଧା ପ୍ରଧାନ ପ୍ରମୁଖ ଦିବସର ଗୁରୁତ୍ଵ ବିଷୟରେ ମତବ୍ୟକ୍ତ କରିଥିଲେ। ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।