-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
17-Dec-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ଖଇରମାଳ ଗ୍ରାମରେ ରବିବାର କୁରାଳ ପଞ୍ଚମୀ ପୂଜା ମହୋତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ହରିହର ଜୋର ନିକଟରେ ଗଙ୍ଗା ମାତାଙ୍କ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଜଳପୂର୍ଣ୍ଣ କଳସି ଧରି ଶତାଧିକ ମହିଳା ପୁରୁଷ ଏକ ଆଧ୍ୟାତ୍ମିକ ପରିବେଶରେ ଶୋଭାଯାତ୍ରା ବାହାରି ପୂଜା ମଣ୍ଡପ ଠାରେ ପହଞ୍ଚି ଥିଲେ। ଏଠାରେ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ପୂଜକ ଅର୍ଜୁନ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଶତ୍ରୁଘନ ରଣା ଓ ଧର୍ମପତ୍ନୀ କଲ୍ୟାଣି ରଣା ସୁରୁଖୁରୁରେ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବ୍ଳକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ କୁରାଳ (କୁମ୍ଭାର ) ସମାଜର ଜାତି ଭାଇମାନେ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୁରାଳ ସମାଜର ସଭାପତି ବ୍ରହ୍ମ ରଣା, ଉପ ସଭାପତି ବିଶ୍ଵାମିତ୍ର ରଣା,ସଂପାଦକ ମଙ୍ଗୁଳୁ ରଣା ,ସହ ସଂପାଦକ ପଟାରି ରଣା, କୋଷାଧ୍ୟକ୍ଷ ସନ୍ତୋଷ ରଣା , ବରିଷ୍ଠ କାର୍ଯ୍ୟ କର୍ତ୍ତା ବନ ରଣା ଓ ଅରବିନ୍ଦ ରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।