-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||     

HOME   ଜିଲ୍ଲା

ସମ୍ବଲପୁର ରେ ଓବିସି ଜନ ଜାଗରଣ ରଥ କୁ ବିପୁଳ ସ୍ୱାଗତ

17-Dec-2023




ସମ୍ବଲପୁର-(ସଂଜୀବପାଣିଗ୍ରାହୀ) : ପଛୁଆ ବର୍ଗ (ଓବିସି) ଙ୍କ ସାମ୍ବିଧାନିକ ନାର୍ଯ୍ୟ ହକ୍ ଅଧିକାର ନେଇ ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ଓବିସି ଜନ ଜାଗରଣ ରଥ ସମଗ୍ର ପଶ୍ଚିମ ଓଡିଶା ପରିକ୍ରମା କରୁଛି I ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା, ଯୁବକ ଛାତ୍ର ସାମିଲ ହେଉଛନ୍ତି I ଏହି ଜନ ଜାଗରଣ ରଥ ଆଜି ସମ୍ବଲପୁରରେ ପହଞ୍ଚିବା ପରେ ବିପୁଳ ସଂଖ୍ୟାରେ ମଞ୍ଚର ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ସ୍ୱାଗତ କରାଯାଇଥିଲା I ଶିକ୍ଷା, ଚାକିରୀ, ରାଜନୀତି କ୍ଷେତ୍ରରେ ଓବିସି ମାନଙ୍କୁ ୫୨ ପ୍ରତିଶତ ଆରକ୍ଷଣ ଦିଆଯିବା ଦାବି ସମ୍ପର୍କରେ ଓବିସି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଚାଲିଥିବା ଏହି ଜନ ଜାଗରଣ ଯାତ୍ରା ଆଜି ୨୧ ଦିନରେ ପହଞ୍ଚିଛି I ଜନସଂଖ୍ୟା ଅନୁପାତରେ ଓଡ଼ିଶାରେ ୭୬ ବିଧାୟକ ଓ ୧୧ ସାଂସଦ ଓବିସି ସମାଜରୁ ହେବା କଥା ବୋଲି ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର ପାତ୍ର ପ୍ରକାଶ କରିଥିଲେ I ଅଇଁଠାପାଲି ଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ରାଜ୍ୟ ସଭାପତି ଶ୍ରୀ ପାତ୍ର ଉଦବୋଧନ ଦେଇ ଓବିସି ମାନଙ୍କ ହକ୍ ଓ ଅଧିକାର ପ୍ରତି ସରକାର ସଚେତନ ନ ଥିବାରୁ ଜନ ଅସନ୍ତୋଷ ବ୍ୟାପକ ହେଉଛି ବୋଲି ବକ୍ତବ୍ୟ ଦେଇଥିଲେ I  ଆଗାମୀ ନିର୍ବାଚନ ରେ ଯେଉଁ ଦଳ ଓବିସି ଙ୍କୁ ଅଗ୍ରାଧିକାର ଦେବ ସିଏ ଓବିସି ଙ୍କ ସମର୍ଥନ ପାଇବା ବୋଲି କହିଥିଲେ I ଶନିବାର ଅପରାହ୍ନ ୩ ଟା ସମୟରେ ଏହି ରଥ ସମ୍ବଲପୁର ଜ଼ିଲ୍ଲା ପ୍ରବେଶ କରିବା ପରେ ଗୋଶାଳା ରେ ବିଶିଷ୍ଟ ଓବିସି କର୍ମୀ ତଥା ନାରୀନେତ୍ରୀ, କଳାମାଟି ସରପଞ୍ଚ ଡ଼. ସୁଷମା ସାହୁ ଙ୍କ ପକ୍ଷରୁ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା I ରଥ କୁ ଓବିସି କର୍ମୀ ମାନେ ଗୋଶାଳା ଛକରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆଣିଥିଲେ I ନେଲସନ ମଣ୍ଡେଲା ଛକରେ ଜ଼ିଲ୍ଲା ବାରିକ ସମାଜ ପକ୍ଷରୁ ହୀରାଲାଲ ବେହେରା ଏବଂ ଅର୍ଣ୍ଣପୂର୍ଣ୍ଣା ବାରିକ ଙ୍କ ନେତୃତ୍ୱରେ ବିପୁଳ ସ୍ୱାଗତ କରାଯାଇଥିଲା I ଏହାପରେ ଓବିସି କର୍ମୀ ଗଣ ପଦଯାତ୍ରାରେ ରଥକୁ ମୁନସିପାଲିଟି ଛକ, ଗୋଲ ବଜାର ଛକ, ଲଷ୍ମୀ ଟକିଜ ଛକ, ଜିଏମ କଲେଜ ଛକ, ଶାନ୍ତି ନଗର ଛକ, ବୁଢ଼ାରଜା, ଅଇଁଠାପାଲି ଛକ ପର୍ଯ୍ୟନ୍ତ ଆଣିଥିଲେ I ଏହି ରଥ କୁ ଜ଼ିଲ୍ଲାରେ ବସବାସ କରୁଥିବା ବାରିକ ସମାଜ, ଯାଦବ ସମାଜ, ମେହେର (ଭୁଲିଆ) ସମାଜ, ଅଘରିଆ ସମାଜ, ଜ଼ିଲ୍ଲା ବିଶ୍ୱକର୍ମା ସମିତି, ଡ଼ୁମାଲ ସମାଜ, ତେଲି ସମାଜ, ଚଷା ସମାଜ, ବାଣାୟତ ଚଷା ସମାଜ, କୁଲତା ସମାଜ ଆଦି ପ୍ରାୟ ୨୮ ଟି ଅନ୍ୟନ୍ୟା ପଛୁଆ ବର୍ଗ ର ଜାତି ସମାଜ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା I ଏହା ସହିତ ଏହି ଜନ ଜାଗରଣ ରଥ କୁ ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ, ବିଜେଡି ପକ୍ଷରୁ ପ୍ରଦ୍ୟୋଷ ମହାନ୍ତି ଏବଂ ସମାଜବାଦୀ ପାର୍ଟି ପକ୍ଷରୁ ଅନିଲ ଯାଦବ ସ୍ୱାଗତ କରିଥିଲେ I ମଞ୍ଚର ଜ଼ିଲ୍ଲା ଆବାହକ ସରୋଜ ସାହୁ ଙ୍କ ପରିଚାଳନା ତଥା କୁଲତା ସମାଜ ର ସଭାପତି ଯଶୋବନ୍ତି ନାୟକ ଙ୍କ ସଭାପତିତ୍ବରେ ଅଇଁଠାପାଲି ଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ମଂଚର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ଓବିସି ଜନ ଜାଗରଣ ଯାତ୍ରା ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ I ସଭାରେ କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ପ୍ରବକ୍ତା ବିରଞ୍ଚି ସାହୁ, ବିଶିଷ୍ଟ ଓବିସି କର୍ମୀ ଡ଼. ସୁଷମା ସାହୁ, ଅର୍ଣ୍ଣପୂର୍ଣ୍ଣା ବାରିକ, ସୁରେନ୍ଦ୍ର ବିଶ୍ୱାଳ, ସୁଧାଂଶୁ ଶେଖର ମହାରଣା, ହୀରାଲାଲ ବେହେରା ପ୍ରମୁଖ ବକ୍ତବ୍ୟ ଦେଇ ସବୁ କ୍ଷେତ୍ରରେ ଓବିସି ମାନଙ୍କୁ ଅବହେଳା କରାଯାଉଛି ବୋଲି ମତ ପ୍ରକାଶ କରିଥିଲେ I ସମଗ୍ର ପଶ୍ଚିମ ଓଡିଶା ପରିକ୍ରମା କରୁଥିବା ଏହି ଜନ ଜାଗରଣ ଯାତ୍ରା ସମୟରେ ଓବିସି ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ପରିଲକ୍ଷିତ ହେଉଥିବା ବେଳେ ଆସନ୍ତାକାଲି ସୁନ୍ଦରଗଡ଼ ଜ଼ିଲ୍ଲା ରେ ଏହି ରଥ ପରିକ୍ରମା କରିବ ବୋଲି ମଞ୍ଚର ରାଜ୍ୟ ପ୍ରବକ୍ତା ବିରଞ୍ଚି ସାହୁ ସୂଚନା ଦେଇଛନ୍ତି I


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ   07-Aug-2026
  ଜିଲ୍ଲା  
ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   07-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର   07-Aug-2026
  ରାଜ୍ୟ  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ   07-Aug-2026
  ଜିଲ୍ଲା  
"ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   07-Aug-2026
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026
  ଜିଲ୍ଲା  
ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   07-Aug-2026
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026

You Might Also Like