-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
11-Dec-2023
ବୌଦ୍ଧ(ଜୟାନନ୍ଦ ମିଶ୍ର ): ଚାରିଛକ ସ୍ଥିତ ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ୯୨ ଟି ଅଭିଯୋଗର ତତକାଳ ସମାଧାନ କରାଯାଇଛି l ଏହି ଶିବିରରେ ସମୁଦାୟ ୧୩୯ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୧୩୬ ଗୋଟି ବ୍ୟକ୍ତିଗତ ମାମଲା ଓ ୩ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଏହି ଶିବିରରେ ୯୨ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ରଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ହରଭଂଗା
ବ୍ଲକର ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗଦେଇ ନିଜ ନିଜ ଆପତ୍ତି ଅଭିଯୋଗ ଦାଖଲ କରିଥିଲେ l ଆସିଥିବା ଆପତ୍ତି ଅଭିଯୋଗ ଗୁଡିକର ଜିଲାପାଳ ଶୁଣାଣି କରି ସମାଧାନ କରିବା ପାଇଁ ଆବଶ୍ୟକ ପଦକ୍ଷପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଶିବିରରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ବିଡିଓ, ତହସିଲଦାରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।