-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||     

HOME   ଜିଲ୍ଲା

ପ୍ରେମବିବାହ ହେଲା କାଳ, ୧୨ ଘଣ୍ଟା ପଡ଼ିରହିଲା ଶବ, ଶବ ସତ୍କାର କଲା ସ୍ବେଚ୍ଛାସେବୀ ସଙ୍ଗଠନ

11-Dec-2023



ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଗ୍ରାମରେ ଜଣେ ବୃଦ୍ଧା ଅନ୍ୟ ଜାତିରେ ବିବାହ କରିଥିବାରୁ ବାସନ୍ଦ ଜୀବନ ବିତାଇ ଆସୁଥିଲେ l ହେଲେ ଗତ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହେଲା l ପରିଣତ ବୟସରେ ମୃତ୍ୟୁ ହୋଇଥିଲେ ସୁଦ୍ଧା ତାଙ୍କ ଏକ ମାତ୍ର ପୁଅ କିମ୍ବା ଗ୍ରାମବାସି ପାଖ ମାଡ଼ି ନାହାନ୍ତି l ସେପଟେ ୧୨ ଘଣ୍ଟା ଶବ ଘରେ ଅସହାୟ ଅବସ୍ଥାରେ ପଡ଼ିରହିବା ପରେ ଆଜି  ବଲାଙ୍ଗୀର ସ୍ଵେଚ୍ଛାସେବୀ ସଂଗଠନ ତାଙ୍କ ଶବ ସତ୍କାର କରିଛି l ସୂଚନା ଅନୁସାରେ ସରଗାଡ ଗ୍ରାମର ମହିଳା ପ୍ରତିମା ବିଶ୍ଵାଳ ଗାଁ ର ଜଣେ ଅନ୍ୟଜାତି ର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ l ଯାହାପରେ ତାଙ୍କୁ ବାସନ୍ଦ ଜୀବନ କାଟିବାକୁ ପଡିଥିଲା। ୨୦ ବର୍ଷ ପୂର୍ବେ ଏହି ମହିଳାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଥିଲା l ତେବେ ତାଙ୍କର  ଏକମାତ୍ର ପୁଅ ମଧ୍ୟ ତାଙ୍କୁ ବୃଦ୍ଧା ଅବସ୍ଥାରେ ଛାଡି ଦେଇଥିଲେ l ତେବେ ବୃଦ୍ଧାଜଣକ ତାଙ୍କ ଜଣେ ସମ୍ପର୍କୀୟ ଚୈତନ୍ୟ ପ୍ରଧାନ ଙ୍କ ଘରେ ରହି ଆସୁଥିଲେ l ସେପଟେ ଏହି ମହିଳାଙ୍କର ବୃଦ୍ଧା ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା ତେବେ ମୃତ୍ୟୁପରେ ମଧ୍ୟ ତାଙ୍କ ପୁଅ କିମ୍ବା ଗ୍ରାମବାସି ତଥା ପାଖ ପଡୋଶୀ କେହି ସାହା ହୋଇ ନ ଥିଲେ l ସେପଟେ ବୃଦ୍ଧାଙ୍କ ଶବ ଦୀର୍ଘ ବାର ଘଣ୍ଟା ଅସହାୟ ଅବସ୍ଥାରେ ପଡ଼ି ରହିଥିଲା, ତେବେ ଏହାର ସୂଚନା ବଲାଙ୍ଗୀର ସ୍ୱେଛାସେବୀ ସଂଗଠନ ପାଇବା ପରେ ସଂଗଠନର ସଦସ୍ୟ ମାନେ ସମ୍ପୃକ୍ତ ଗାଁକୁ ଯାଇଥିଲେ ଏବଂ ଶବକୁ ଉଦ୍ଧାର କରି ହିନ୍ଦୁ ରୀତି ନୀତିରେ ସମ୍ମାନର ସହ ଚାରି କାନ୍ଧ ଦେଇଥିଲେ l ସେହିପରି ଶବକୁ  ସ୍ଥାନୀୟ ସ୍ମଶାନ ଘାଟକୁ ନେଇ ଶବ ସତ୍କାର କରିଛନ୍ତି l ଏହି ଅବସରରେ ସୁମିତ ମିଶ୍ର , ସନ୍ତୋଷ ପଟ୍ଟନାୟକ, ଲିଙ୍କନ ସେଠ୍, ରବୀନ୍ଦ୍ର ପଧାନ, ରାଜୀବ ପରମାନିକ୍, ଏମ. ଡି ବାବଳୁ, ଆଲୋକ ପଟେଲ,ପିଙ୍କୁ ପୁଟେଲ,ସୁବାସ ଯାଦବ,ଜିତୁ ସାହୁ,ତନ୍ମୟ ପଟେଲ ପ୍ରମୁଖ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଏବେ ପ୍ରଶ୍ନ ଉଠୁଛି ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆମ ବଲାଙ୍ଗୀର ଭଳି ପଛୁଆ ଜିଲ୍ଲାରେ ଏଭଳି ମାନସିକତା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି l ତେବେ ଏହି ଅସହାୟ ଶବକୁ ସେମାନେ ସମ୍ମାନର ସହ ଶବ ସତ୍କାର କରିଥିବାର ସେ କହିଛନ୍ତି l ଆଜିର ଯୁଗରେ ପ୍ରେମ ବିବାହ ସାଧାରଣ ହୋଇଥିବା ବେଳେ କେବଳ ଜାତିପ୍ରଥାକୁ ନେଇ ନିଜ ଆତ୍ମୀୟଙ୍କ ପ୍ରତି ଏଭଳି ଅଭିଚାର କରିବାକୁ ସ୍ବେଚ୍ଛାସେବୀ ମାନେ ନିନ୍ଦା କରିଛନ୍ତି ଏବଂ ସେମାନେ ଏହି ଦିଗରେ ଲୋକଙ୍କୁ ସଚେତନ କରୁଥିବା ବେଳେ ପ୍ରଶାସନ ମଧ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କୁ ଜାଗୃତ କରିବା ପାଇଁ ଅନେକ ସ୍ବେଛାସେବୀ ସଂଗଠନ ଦାବୀ ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026

You Might Also Like