-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
11-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ହାଇସ୍କୁଲ ଠାରେ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିବା ନେଇ ସୋମବାର ସନ୍ଧ୍ୟା ୬ ଟା ସମୟରେ ସୂଚନା ମିଳିଛି l ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ 'ସୁନେତ୍ର' ଅନୁଷ୍ଠିତ ହୋଇଛି । ଏଥିରେ ୨୪୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ
ପରୀକ୍ଷା କରାଯାଇଥିଲା l ୨୨ ଜଣଙ୍କୁ ଆବଶ୍ଯକୀୟ ଚଷମା ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଥିବା ବେଳେ ୮ ଜଣଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଉଚ୍ଚଚିକିତ୍ସାଳୟକୁ ପଠାଯାଇଛି । କଣ୍ଟାମାଳ ବ୍ଲକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୂର୍ଗା
ପ୍ରସାଦ ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ବଲ୍ଲଭ ପ୍ରଧାନ, ଚକ୍ଷୁ ପରିକ୍ଷକ ସନ୍ତୋଷ କୁମାର ବରାଡ ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ଚିକିତ୍ସକ ମାନେ ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।