-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||     

HOME   ଜିଲ୍ଲା

ତୁଷୁରା ଏରୋଡ୍ରାମର ଉନ୍ନତିକରଣ ପାଇଁ ୬୫କୋଟି ଟଙ୍କା ମଞ୍ଜୁର, ଉଡାନ ଯୋଜନା ଓ ପାଇଲଟଟ୍ରେନିଂ ସେଣ୍ଟର ହେବା ଆଶା ଉଜ୍ୱଳ

07-Dec-2023



ବଲାଙ୍ଗିର/ତୁଷୁରା,(ପଂଚାନନ ନାଏକ): ରାଜ୍ୟର ବିଭିନ୍ନ ସ୍ଥାନରେ ବିମାନସେବା ଯୋଗାଇବାକୁ ଭିତ୍ତିଭୂମୀ ନିର୍ମାଣ ଚାଲିଛି । ସେହି କ୍ରମରେ ବିଳମ୍ବରେ ହେଲେ ମଧ୍ୟ ତୁଷୁରା ଏୟାରଷ୍ଟ୍ରିପର ଉନ୍ନତିିକରଣ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ୬୫କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଗତ ଅଗଷ୍ଟ ମାସରେ ୫ଟି ସଚିବ ତଥା ବର୍ତ୍ତମାନର ୫ଟି ଅଧ୍ୟକ୍ଷ-ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଗସ୍ତ ସମୟରେ ଜନସାଧାରଣ ଏହା ଦାବି କରିଥିଲେ । ଲୋକଙ୍କ ଦାବିକୁ ଗ୍ରହଣ କରି ମଙ୍ଗଳବାର ରାଜ୍ୟ କ୍ୟାବିନେଟ ବୈଠକରେ ୬୫କୋଟି ଟଙ୍କା ମଞ୍ଜୁର କରି ବଲାଙ୍ଗୀର ଜିଲ୍ଲାପାଳ ତୁରନ୍ତ ଏହାର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଲାଙ୍ଗୀର ଜିଲ୍ଲାକୁ ବିମାନସେବା ଯୋଗାଇବେ ବୋଲି ୨୦୧୬ ମସିହାରେ ପ୍ରସ୍ତାବ କରାଯାଇଥିଲା । ବଲାଙ୍ଗୀର ଜିଲ୍ଲାର ତୁଷୁରା ନିକଟସ୍ଥ ବଙ୍ଗୋମୁଣ୍ଡା ଠାରେ ଦୀର୍ଘ ୫୫ବର୍ଷ ହେଲା ଏକ ଉଡାଜାହାଜ ପଡିଆ ରହିଛି । ଗତ ୨୦୧୯ରେ ୩କୋଟି ଟଙ୍କା ଖର୍ଚ୍ଚକରି ଏହାର ଉନ୍ନତିକରଣ ମଧ୍ୟ କରାଯାଇଥିଲା । ଏବେ ଆଉ ୬୫କୋଟି ଟଙ୍କାରେ ଏହାର ଭିତ୍ତିଭୂମିର ଉନ୍ନତିକରଣ କରାଯିବ । ଏହାକୁ ନେଇ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ଟିଟିଲାଗଡ ବିଧାୟିକା ତଥା ଜଳସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ନୀଗମର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଏହାକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  
    ସୂଚନାରୁ ଜଣାଯାଏ ଯେ, ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀ ଥିବା ବେଳେ ବଲାଙ୍ଗୀରରୁ ୩୦କିମି ଦୂରରେ ତୁଷୁରା ନିକଟସ୍ଥ ବଡଙ୍ଗୋମୁଣ୍ଡା ମୌଜାରେ ବଲାଙ୍ଗୀର ଜିଲ୍ଲାର ଉଡାଜାହାଜ ପଡିଆ ନିର୍ମାଣ କରାଇଥିଲେ । ୨ ଅକ୍ଟୋବର ୧୯୬୭ରେ ଏହାକୁ ମୁଖ୍ୟମନ୍ତ୍ରୀ ଆର.ଏନ.ସିଂଦେଓ ଉଦଘାଟନ କରିଥିଲେ । ପ୍ରାୟ ୫୦ଏକର ବିଶିଷ୍ଟ ଜମିରେ ୧୨୦୦ମିଟର ରନୱେ ଥିବା ଏହି ଉଡାଜାହାଜ ପଡିଆ ଅନେକ ସମୟରେ ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କ କାମରେ ଲାଗିଛି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ଭିଭିଆଇପିଙ୍କ ଉଡାଜାହାଜଗୁଡିକ ଏହି ପଡିଆରେ ଉହ୍ଲାଉଛି । କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ସାଂସଦ ଥିବା

ସମୟରେ କେନ୍ଦ୍ରସରକାର ଏହି ଉଡାଜାହାଜ ପଡିଆକୁ ଉଡାନ ଯୋଜନାରେ ସାମିଲ କରିବାକୁ ୨୦୧୬ରେ ପ୍ରସ୍ତାବ ଦେଇଥିଲେ । ଏୟାର ଓଡିଶା ପକ୍ଷରୁ ବଲାଙ୍ଗୀରର ତୁଷୁରା ଓ କଳାହାଣ୍ଡି ଜିଲ୍ଲାର ଉତକେଲା ଏରୋଡ୍ରାମର ଅନୁଧ୍ୟାନ କରି  ଅଧିକ ଭିତ୍ତିଭୂମି ସଜଡାଯାଇ ପାରିଲେ ଏହାକୁ ବିମାନସେବା ସଂଯୋଗ ହୋଇପାରିବ ବୋଲି କହିଥିଲେ । ଏହାପରେ ଏଠାରେ ୨୦୧୯ ମସିହାରେ ପୂର୍ତ୍ତବିଭାଗ ପକ୍ଷରୁ ୨କୋଟି ୯୦ଲକ୍ଷ ଟଙ୍କାର ଅନୁଦାନ ଆସି ରନୱେ ଓ ଅନ୍ୟାନ୍ୟ ନିର୍ମାଣ କରାଯାଇଛି । ସିଗନାଲ ସେଣ୍ଟର କଣ୍ଟ୍ରୋଲରୁମ, ଭିଭିଆଇପିଙ୍କ ପାଇଁ ଅପେକ୍ଷାଗୃହ ଇତ୍ୟାଦି କରାଯାଇଛି । ଏହି ଯୋଜନାରେ ରାଜ୍ୟସରକାର ଉଡାଜାହାଜ ପଡିଆଗୁଡିକର ଭିତ୍ତିଭୂମୀର ଉନ୍ନତି କରାଉଛନ୍ତି ଓ କେନ୍ଦ୍ର ସରକାର ବିମାନ ସେବା ଯୋଗାଉଛନ୍ତି । ତୁଷୁରାଠାରେ  ପାଇଲଟମାନଙ୍କୁ ତାଲିମ ଦେବାକୁ ମଧ୍ୟ ଏକ ତାଲିମ ସେଣ୍ଟର କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । କିନ୍ତୁ ଦୀର୍ଘ ୭ ବର୍ଷ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଯେଉଁ ଅଞ୍ଚଳକୁ ବିମାନ ସେବାର ସୁବିଧା ରହୁଛି ସେହି ଅଞ୍ଚଳକୁ ବିଭିନ୍ନ କମ୍ପାନୀ ଆସି ବ୍ୟବସାୟ ବଢାଉଛନ୍ତି । କେବିକେ ଅନ୍ତର୍ଗତ ବଲାଙ୍ଗୀର ଭଳି ଏକ ଅନୁନ୍ନତ ଅଞ୍ଚଳକୁ ପୁଞ୍ଜିନିବେଶ ପାଇଁ କମ୍ପାନୀମାନଙ୍କୁ ଆକର୍ଷିତ କରିବାକୁ ହେଲେ ବିମାନସେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଏଠାରୁ ବିମାନସେବା ଆରମ୍ଭ ହେଲେ ଏହି ଅଞ୍ଚଳର ଲୋକଙ୍କୁ ଅନେକ ସୁବିଧା ହୋଇପାରିବ । ସୁବିଧାରେ ଦେଶର ଅନ୍ୟାନ୍ୟ ସହରକୁ ସହଜରେ କମସମୟରେ ଯାତାୟାତ ତଥା ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ କରାଯାଇ ପାରିବ । ବଲାଙ୍ଗୀରର ବଡମାଳ ଗୋଲାବାରୁଦ କାରଖାନା,ଭୀମଭୋଇ ମେଡିକାଲକଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକୁ ଲୋକେ ସୁବିଧାରେ ଆସି ପାରନ୍ତେ । ତୁଷୁରା ଅଞ୍ଚଳ ବର୍ତ୍ତମାନର ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଟୁକୁନୀ ସାହୁଙ୍କ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଛି । ତେଣୁ ପରିବହନ ମନ୍ତ୍ରୀଙ୍କ ଉତ୍ତରଦାୟୀତ୍ୱରେ ଆଗାମୀ ଦିନରେ ଏହି ଉଡାଜାହାଜ ପଡିଆକୁ ଉଡାନ ଯୋଜନାରେ ସାମିଲ କରାଇବା ସହିତ ପୂର୍ବରୁ ପ୍ରସ୍ତାବିତ ଥିବା ପାଇଲଟ ଟ୍ରେନିଂସେଣ୍ଟର ହେବାର ଆଶା ଉଜ୍ଲଳ ହୋଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026
  ଜିଲ୍ଲା  
ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   17-Aug-2026

You Might Also Like