-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ବନ୍ଧପାଲି ସ୍ଥିତ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଠାରେ ମନ୍ଦିର ମୂଖ୍ୟ ଶ୍ରୀମତୀ ଅନ୍ନପୂର୍ଣ୍ଣା ଗୁରୁ ଓ ଶ୍ରୀ ସୁଧୀର ଗୁରୁଙ୍କ ପ୍ରତ୍ୟେକ୍ଷ୍ୟ ତତ୍ୱାବଧାନରେ ପ୍ରଭୁ ସୀତାରାମଙ୍କ ବିବାହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସକାଳ ୭ଟାରେ କଣ୍ଟାମାଳ ବ୍ଲକ ଛକ ଶ୍ରୀରାମ ମନ୍ଦିର ଠାରେ
ବରପକ୍ଷ ରୁ ମାତା ସୌଭାଗିନୀ ଗୁରୁ ଓ ପିତା ନୀଳାଞ୍ଚଳ ଗୁରୁଙ୍କ ତତ୍ୱାବଧାନରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଙ୍କ ପୂଜାର୍ଚନା ପରେ ପୂଜକ ରଘୁନାଥ ମହାପାତ୍ର ବିଗ୍ରହ ପରିବହନ କରି ବରଯାତ୍ରୀ ରେ ବାହାରିଥିଲେ l ଘଣ୍ଟ ଘାଣ୍ଟୁଆଳ, ଶଙ୍ଖ ଧ୍ୱନି ଓ ନlମସଂକୀର୍ତନ୍ୟ ସହ ପ୍ରଭୁ ଶ୍ରୀରାମ ଭକ୍ତମାନଙ୍କ ଗହଣରେ ମନ୍ଦିରରୁ ବରଯାତ୍ରୀରେ ବାହାରି ବନ୍ଧପାଲି ଶ୍ରୀରାମ ମନ୍ଦିରରେ ପହଞ୍ଚିଥିଲେ l କନ୍ୟାପକ୍ଷ ମାତା ସନ୍ତୋଷିନୀ ସ୍ୱାଇଁ ଓ ପିତା ଦାମୋଦର ସ୍ୱାଇଁ ପ୍ରଭୁ ଶ୍ରୀରାମ ଙ୍କୁ ରୀତିନୀତି ଯଥା ପୂଜାବିଧି ଅନୁସାରେ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ l କନ୍ୟା (ମାତା ସୀତା)ଙ୍କ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ଲୋକlପଡ଼ାର ରାଧା ଗୋବିନ୍ଦ ତ୍ରିପାଠୀ, ପ୍ରଭାତ ତ୍ରିପାଠୀ ଓ ସୁବାସ ରଥ ପୂଜକ ଭାବେ ସୀତା ରାମ ବିବାହ କାର୍ଯ୍ୟ ଦାୟିତ୍ୱ ତୁଲାଇଥିଲେ l ବର (ପ୍ରଭୁ ଶ୍ରୀରାମ)ଙ୍କ ପକ୍ଷରୁ ବସନ୍ତ ମିଶ୍ର,ସନ୍ତୋଷ ବିଶି, ରବୀନ୍ଦ୍ର ମହାପାତ୍ର, ହରିବନ୍ଧୁ ପୁରୋହିତ, ଆନନ୍ଦ ଚନ୍ଦ୍ର ପାଢ଼ୀ ସମେତ ଅନେକ ଭକ୍ତ ବିବାହୋତ୍ସବ ରେ ସାମିଲ ହୋଇଥିଲେ l ଏହି ଅବସରରେ ଋଣ୍ଡିମହୁଲ ବନ୍ଧପଡା
ଓ ପିଣ୍ଢାପଦର ର ମାଆ ମାନଙ୍କ ଦ୍ୱାରା ଆୟୋଜିତ ସଂକୀର୍ତନ୍ୟ ବୈଠକି ରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତ ବିପୁଳ ସମାଗମରେ ସମଗ୍ର ମନ୍ଦିର ପରିସର ଲୋକାରଣ୍ୟ ହୋଇଥିଲା l ଉତ୍ସବକୁ ଶ୍ରୀମତୀ ଅନ୍ନପୂର୍ଣ୍ଣା ଗୁରୁ ଓ ସୁଧୀର ଗୁରୁ ସଂଚାଳନ କରିଥିବା ବେଳେ ଶ୍ରୀରାମ ମନ୍ଦିର ପରିଚାଳନା କମିଟି, ବନ୍ଧପାଲି ର ଭକ୍ତବୃନ୍ଦ ସହଯୋଗ କରିଥିଲେ l