-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2023
ବଲାଙ୍ଗୀର, ଆଇନଜୀବୀ ଭାବେ ନିଜ ରାଜନୈତିକ କ୍ୟରିୟରର ଦ୍ୱିତୀୟ ଇନିଙ୍ଗସ୍ ଆରମ୍ଭ କରିବାକୁ ଯାଉଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂଆଁ ସଦସ୍ୟ ଭାବେ ଯୋଗ ଦେଇଛନ୍ତି ଲୋଇସିଂହା ବିଧାୟକ ଡ. ମହାଲିଙ୍ଗ ।
ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଓ ଅନ୍ୟ ଆଇନଜୀବୀ ମାନେ ଡ. ମହାଲିଙ୍ଗଙ୍କୁ ସ୍ୱାଗତ କରିବା ସହ ତାଙ୍କର ସଫଳତା କାମନା କରିଛନ୍ତି । ସେହିପରି କିଛି ଦିନ ପୂର୍ବରୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ
ଜିଲ୍ଲା ଓକିଲ ସଂଘରେ ନିଜ ନାମ ପଞ୍ଜିକରଣ କରି ସାରିଛନ୍ତି । ଲୋଇସିଂହା ନିର୍ବାଚନ ମଣ୍ଡଳୀର ଜଣେ ଉଚ୍ଚଶିକ୍ଷିତ ଲୋକପ୍ରିୟା ନେତା ଭାବରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିବା ଡ. ମୁକେଶ ମହାଲିଙ୍ଗ ଆଗକୁ ଜଣେ ଆଇନଜୀବୀ ଭାବରେ ତାଙ୍କର ଦକ୍ଷତା କେତେ ପ୍ରତିପାଦନ କରି ପାରିବେ ତାହା ଦେଖିବାକୁ ରହିଲା ।