-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2023
ବଲାଙ୍ଗିର(ପ୍ରେରଣା ଖବର) ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍ଗାତା ସଭାପତି, ଆନନ୍ଦ ମିଶ୍ର ପିଏଚ୍ଇଓ, ସି.ଏଚ୍.ସି. ଜାମଗାଁ ମୁଖ୍ୟ ଅତିଥି ଭାବରେ ସଂସ୍କୃତ ଅଧ୍ୟାପକ ସି. ଭୋଇ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଏଡସ୍ ରୋଗର କାରଣ ଓ ନିରାକରଣ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ପରିଶେଷରେ ଇଂରାଜୀ ଅଧ୍ୟାପକ ହେମ ସାଗର ସ୍ୱାଇଁ ଧନ୍ୟବାଦ କରିଥିବା ବେଳେ ଯୁବରେଡକ୍ରସ ପରାମର୍ଶଦାତା ଦାଶରଥି ପଟେଲ ଓଡିଆ ଅଧ୍ୟାପକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଜନ ସଚେତନତା ପାଇଁ ଛାତ୍ରଛାତ୍ରୀ ଶୋଭାଯାତ୍ରା ଆୟୋଜନ କରି ଜାମଗାଁ ଓ କାଳିଭଣା ଗ୍ରାମ ପରିକ୍ରମା କରିଥିଲେ ।