-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2023
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ୫ମ ବାର୍ଷିକ ଧନୁଯାତ୍ରା ମହୋତ୍ସବ କରାଯିଵା ପାଇଁ ଗତ ଗୁରୁବାର ଦିନ ରାତ୍ର ୮ ଘଣ୍ଟା ସମୟରେ ମୁରିବାହାଲ ହନୁମାନ ମନ୍ଦିର ନିକଟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ଧନୁଯାତ୍ରା କୁ ଚଳିତବର୍ଷ ବହୁତ ଚିତାକର୍ଷକ ସହ ଆକର୍ଷଣ କରିବାକୁ ନିଷ୍ପତି ନିଆଁଯାଇଛି I ଏହି ଅବସରରେ ଧନୁଯାତ୍ରା କମିଟି ସଭାପତି ଶ୍ରୀବତ୍ସ ବେହେରା ଙ୍କର ଅଧକ୍ଷତା ରେ ବୈଠକ ରେ ଆସନ୍ତା ୨୮/୧୨/ ଠାରୁ ୨/୧/୨୪ ପର୍ଯ୍ୟନ୍ତ ଧନୁଯାତ୍ରା ପଡିଆ ରେ କାର୍ଯ୍ୟକ୍ରମ କରିବାକୁ ସର୍ବ ସମ୍ମତି ନିଷ୍ପତି ଗ୍ରହଣ କରାଯାଇ ଥିଲା I କଂସ ଭମିକା ପାଇଁ ପଶ୍ଚିମ ଓଡିଶା ର ବରିଷ୍ଠ କଳାକାର ଆତ୍ତତ୍ରାଣ ସୁନାନୀ, ଓ ତାଙ୍କର ସମସ୍ତ ସାଥି କୁ ଚୟନ କରା ଯାଇଛି, ଏହା ସହ ଓଡିଶା ର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ସମର୍ଦ୍ଦନା କରାଯିବ ପାଇଁ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି, ଚଳିତ ବର୍ଷ ଧନୁଯାତ୍ରା କୁ ସୁପରିଚନା କରିବା ପାଇଁ ଉପସଭାପତି ରୂପେ ଲଷ୍ମୀକାନ୍ତ ଧରୁଆ, ଶ୍ୟାମସୁନ୍ଦର ଝାକର, ନାରାୟଣ ସାହୁ, ଦିବ୍ୟସୁନ୍ଦର ସାହୁ, କାର୍ଯ୍ୟକାରି ସଭାପତି ରାଜୀବ କୁମାର ମହାନ୍ତି, ବିଶ୍ଵବିହାରୀ ଯୋଶୀ, ସୁଦାମ ସାହୁ, ସାଧାରଣ ସମ୍ପାଦକ ତରୁଣ ପୋଢ଼, ସମ୍ପାଦକ ଭାରତ ଦାସ, ସୁଜିତ ରଞ୍ଜନ ପାଢ଼ୀ, ଅଭିଳାଷ ବଘାର, କୋଷାଦ୍ଧକ୍ଷ ରାମରଞ୍ଜନ ପାତ୍ର, ପଦ୍ମଲୋଚନ ସାହୁ, ସଂସ୍କୃତିକ ସମ୍ପାଦକ ରମେଶ ନାଗ, ସେମନ୍ତ ବାଗ,ସଂଯୋଜକ ସୁଧାଂଶୁ ଶେଖର ପୋଡ଼, ବନବିହାରୀ ଯୋଶୀ,ଅଭାହକ ଭାବରେ ବାବୁଲାଲ କେତକୀ ଓ ସୁଦାମ ଚରଣ ବଘାର, ସହ ୧୨୦ ଜଣ କୁ ସଦସ୍ୟ ରୂପେ ମନୋନୀତ କରାଯାଇଛି I ଉକ୍ତ ଧନୁଯାତ୍ରା ରେ ମିନାବଜ଼ାର, ବିଭିନ୍ନ ସଂସ୍କୃତିକ ଦଳ ମାନେ ଭାଗନେବା ପାଇଁ ଆଲୋଚନା କରା ଯାଇଛି I