-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Dec-2023
ବଲାଙ୍ଗିର(ପ୍ରେରଣା ଖବର): ଆଜି ଅପରାହ୍ନରେ ସ୍ଥାନୀୟ କୋଶଳ କଳା ମଣ୍ଡଲ ପଡିଆ ସ୍ଥିତ ଜିଲ୍ଲା ପାଠାଗାରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏହି ରଥର ଶୁଭାରମ୍ଭ କରିଛନ୍ତି । ଲଲିତ କଳା ଏକାଡେମୀର ସେକ୍ରେଟାରୀ ପଞ୍ଚାନନ ସାମଲ ,ଏବଂ ବିଶିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଉଦଘାଟନ
ବେଳେ ଉପସ୍ଥିତ ଥିଲେ । ଓଡିଶା ଲଲିତ କଳା ଏକାଡେମୀ, ଭୁବନେଶ୍ଵର ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏହି ରଥ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହା ବଲାଙ୍ଗିର, ସୁବର୍ଣ୍ଣପୁର,ବରଗଡ, ବୁର୍ଲ୍ଲା, ଝାରସୁଗୁଡା, ରାଉରକେଲା,ଦେବଗଡ, ଅନୁଗୁଳ,ଢେଙ୍କାନାଳ,ନୟାଗଡ ଜିଲ୍ଲାରେ ପ୍ରଦର୍ଶିତ ହେବ । ଆସନ୍ତା ୩ ତାରିଖ ଯାଏଁ ଏହି ଚିତ୍ରକଳା ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ଓଡିଶା ଲଲିତ କଳା ଏକାଡେମୀ ଦ୍ଵାରା ମନୋନୀତ ରାଜ୍ୟର ୪୦ଟି ଚିତ୍ର ଏଠାରେ ସ୍ଥାନ ପାଇବ ।