-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||     

HOME   ଜିଲ୍ଲା

ପ୍ରେସ କ୍ଳବ ପକ୍ଷରୁ ନିଶୁକ୍ଳ ଚକ୍ଷୁ ଚିକିତ୍ସା ୪ ବର୍ଷରେ ୨୨୮୦ ଲୋକଙ୍କ ପରୀକ୍ଷା ସହ ୮୫୦ ଜଣଙ୍କ ସଫଳ ଅସ୍ତ୍ରୋପଚାର

30-Nov-2023



କଣ୍ଟାବାଞ୍ଜି(ଆନନ୍ଦ ମୋଟେ ): କଣ୍ଟାବାଞ୍ଜି ପ୍ରେସ କ୍ଳବ ପକ୍ଷରୁ ସ୍ଥାନୀୟ ହରିଭବନ ଠାରେ ଟିଟିଲାଗଡ଼ ଏସ.ସି.ଡି. ଚକ୍ଷୁ ଡାକ୍ତରଖାନା ସହଯୋଗରେ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ମହିଳା ପ୍ରସୂତି ରୋଗ ବିଶେଷଜ୍ଞ କଣ୍ଟାବାଞ୍ଜି ଡାକ୍ତରଖାନା ମେଡିକାଲ ଅଫିସର ଡାକ୍ତର ଏସ.ପି.ଡି. ପଣ୍ଡା, ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି , ପ୍ରେସ କ୍ଳବ ସଭାପତି ପ୍ରଭଜିତ ସିଂ ସାଲୁଜା , ଏସ.ସି.ଡି. ଚକ୍ଷୁ ଡାକ୍ତରଖାନା ଟେକନିସିଆନ ରଶ୍ମିତା ତାଣ୍ଡି, ସୋସିଆଲ ୱାର୍କର ସୁଶୀଲ ନାଗ ପ୍ରମୁଖ ମଂଚାସୀନ ଥିଲେ। ଆଜିର ଏହି ଶିବିରରେ ୨୩୬ ରୁ ଅଧିକ ଲୋକ ନିଜର ଚକ୍ଷୁ ଚିକିତ୍ସା କରେଇଥିବା ବେଳେ ସେମାନଙ୍କ ଭିତରୁ ୯୦ ଲୋକଙ୍କ ମୋତିଆ ବିନ୍ଦୁ ଅପରେସନ ପାଇଁ ଚି଼ହ୍ନଟ କରାଯାଇଥିଲା । ଗତ ୪ ବର୍ଷ ଭିତରେ ପ୍ରେସ କ୍ଲବ ଏଭଳି ଏକାଧିକ ଶିବିର ଆୟୋଜନ କରି ୨୨୮୦ ଲୋକଙ୍କ ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ୮୫୦ ଜଣଙ୍କ ସଫଳ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର କରେଇ ସାରିଛି । ତେବେ ଏଭଳି ଶିବିର ଆୟୋଜନ କରିଥିବାରୁ ପ୍ରେସ କ୍ଲବକୁ ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ଧନ୍ୟବାଦ ଜଣାଇଥିଲେ । ଅନ୍ୟ ପକ୍ଷରେ ମାନବ ସେବା ହିଁ ଭଗବାନ ସେବା ଏଭଳି ସେବା ଜାରି ରହୁ ବୋଲି ମୁଖ୍ୟ ଅତିଥି ଶ୍ରୀ ସାଲୁଜା ପ୍ରେସକ୍ଲବ କୁ ପ୍ରଶଂସା କରିଥିଲେ । ସଭାର ମଞ୍ଚ ପରିଚାଳନା ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ କରିଥିବା ବେଳେ କୋଷାଧକ୍ଷ ହନି ସିଂ, ଉପସଭାପତି ମନୋଜ ଶର୍ମା, ସୁବ୍ରତ ମହାକୁର , ପରାମର୍ଶଦାତା ଆଶିଷ ଖଇତାନ, ଆନନ୍ଦ ମୋଟେ, ଦୁର୍ଗାପ୍ରସାଦ ଗୁପ୍ତା, ସଦସ୍ୟ ସୁଶାନ୍ତ ବେହେରା , କମଳ ଅଗ୍ରୱାଲ , ଅମିତ ଶର୍ମା, ଦେବେଶ ସିଂଘଲ, ସେଲୁ ଜୈନ , ଟିଟିଲାଗଡ଼ ଏସସିଡ଼ି ହସ୍ପିଟାଲ ର ଟେକନିସିଆନ ମିଖଲ ନାଗ, ସ୍ମିତା ରଣା, କଣ୍ଟାବାଞ୍ଜି ଡାକ୍ତରଖାନା ଟେକନିସିଆନ ଗଜପତି ବେହେରା ସହ ଯୁବ ସମାଜସେବୀ ଦିଗେଶ୍ୱର ଠେଲା, ଅଗ୍ରୱାଲ ସଭା ଟ୍ରଷ୍ଟ ପ୍ରମୁଖ ସହଯୋଗ କରିଥିଲେ । ଆଗକୁ ପ୍ରେସ କ୍ଲବ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର , ମେଗା ରକ୍ତଦାନ ଶିବିର କରିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରେସ କ୍ଲବ ସଭାପତି ଶ୍ରୀ ସାଲୁଜା ସୂଚନା ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   22-Aug-2026
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026

You Might Also Like