-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
30-Nov-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ଥାନା ହଳଦୀ ଗ୍ରାମ ର ଜଣେ ବିବାହିତ ଯୁବକ ନିଖୋଜ ହୋଇଯାଇଛନ୍ତି। ଖବର ନେବାରୁ ଜଣାଯାଏ ଯେ ହଳଦୀ ଗ୍ରାମ ର ଭାରତୀ ବାଗ ଙ୍କ ସ୍ୱାମୀ ଭରତଲାଲ ବାଗ ଗତ ୧୪ ତାରିଖ ଦିନ କାମକରିବା ପାଇଁ ଚେନ୍ନାଇ ର ତ୍ରୀପୁର ସହରକୁ ଯାଇଥିଲେ ଏବଂ ଦୀର୍ଘ ଆଠ ଦିନ 22 ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି ଅନେକ ଥର କଥା ବାର୍ତ୍ତା ହୋଇଛନ୍ତି । କିନ୍ତୁ ୨୨ ତାରିଖ ରୁ ଭରତଲାଲ ଙ୍କ ସହିତ କୌଣସି ଯୋଗାଯୋଗ ହୋଇନ ପାରିଥିବା ନେଇ ଭାରତୀ ମୁରିବାହାଲ ଥାନା ରେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ମୁରିବାହାଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ମୁରିବାହାଲ ଥାନା ଅଧିକାରି ସୁପୋରା ସରାୟା ଲୁଗୁନ ପ୍ରକାଶ କରିଛନ୍ତି।