-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2023
ନାକଟିଦେଉଳ(କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ କ୍ରୀଡା ବିଭାଗରେ କବାଡି ଖେଳ ଓ ସାଂସ୍କୃତିକ ବିଭାଗରେ ସୃଜନାତ୍ମକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। କ୍ରୀଡା ଶିକ୍ଷକ ଜିତେନ୍ଦ୍ରୀୟ ପ୍ରଧାନ ଓ ଅଧ୍ୟାପକ ସରୋଜ ଭୁଏ ଏହି କାର୍ଯ୍ୟକ୍ରମକୁ ସଂଯୋଜନା
କରିଥିଲେ। ନୋଡାଲ ଅଫିସର ଅଧ୍ୟାପକ ସଂଜୀବ ଦାଶ ଓ କାର୍ଯ୍ୟକ୍ରମ ସଂଯୋଜକ ଡଃ.ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ଯେକ୍ଷ ତତ୍ତ୍ଵାବଧାନରେ ନାକ୍ଟିଦେଉଳ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟ କରାଯାଇଥିଲା। ଅନୁଷ୍ଠାନର ବିଜ୍ଞାନ ବିଭାଗର ୪୦ ଜଣ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୁରୁଷୋତ୍ତମ ବେହେରା,ଶାନ୍ତିଲତା ସାହୁ ଓ ବୈଜୟନ୍ତୀ ସାହୁ ସହଯୋଗ କରିଥିଲେ। ଶେଷରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଆଶଫ୍ ଅଲି ଖାନ୍ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।