-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2023
ନବରଙ୍ଗପୁର( ମିହିର ଶଙ୍କର ପାତ୍ର)ଉତ୍ତର କାଶୀ ଟନେଲ୍ ରେ ୧୭ ଦିନ ଜୀବନ ସହ ସଂଘର୍ଷ କରିଥିଲେ ୪୧ ଜଣ ଶ୍ରମିକ। ଡାବୁଗାଁ ବ୍ଲକର ତାଲବେଡା ର ଭଗବାନ ଭତ୍ରା ସମେତ ୪୧ ଜଣଙ୍କୁ ଉଦ୍ଧାର କରିଛନ୍ତି ରେଟ୍ ମାଇନର ମାନେ। କେନ୍ଦ୍ର ଓ ଉତ୍ତରାଖଣ୍ଡ ସରକାର ଙ୍କ ଆକ୍ରାନ୍ତ ଉଦ୍ୟମ ଯୋଗୁଁ ଏହା ସଂଭବ ହୋଇଛି। ଆଜି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ବିଜେପି ରାଜ୍ୟ ସଂପାଦକ ରମେଶ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଗୋବିନ୍ଦ ଜୈନ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ସିନ୍ଧୁ ବିଷୟୀ ଏବଂ ଅନ୍ୟାନ୍ୟ ଶ୍ରେଷ୍ଠ ବରିଷ୍ଠ କାର୍ଯ୍ୟକର୍ତ୍ତା ତାଳବେଡା ଯାଇ ଭଗବାନ ଭତ୍ରା ଙ୍କ ପରିବାର କୁ ସାକ୍ଷାତ କରିଥିଲେ। ଭଗବାନ ଭତ୍ରା ଙ୍କ ପରିବାର ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଦିଆ ଯାଇଛି।