-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ ରେ ଓଡିଶା ସରକାର ଙ୍କ ଦ୍ୱାରା ପ୍ରାୟୋଜିତ ନୁଆଁ ଓ ପ୍ରୋଗ୍ରାମ ତରଫରୁ କ୍ରୀଡା ପ୍ରତିଯୋଗିତା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନତ କୁମାର ଦଳାଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ ସମ୍ମାନିତ ଅତିଥି ଭାବେ ବୁଦୁଲା ପଂଚାୟତ ସମିତିସଭ୍ୟା ଶ୍ରୀମତୀ ସୁଜାତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ନୋଡାଲ ଅଫିସର ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ବାଗ, ଚିନ୍ତାମଣି ପଧାନ, ଚିତ୍ତରଞ୍ଜନ ସାହୁ, ଆଗଲପୁର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଭୋଜରାଜ ମେହେର ଏବଂ ମହାବିଦ୍ୟାଳୟ ର ସମସ୍ତ କମିଟି ବୃନ୍ଦ ଉପସ୍ଥିତ ଥିଲେ l ଆଜିକାର ଫୂଟବଲ ପ୍ରତିଯୋଗିତା ରେ ମହାବିଦ୍ୟାଳୟ ର ଦ୍ୱିତୀୟ ବର୍ଷ ର ଛାତ୍ର ମାନେ ବିଜେତା ହୋଇଥିବା ବେଳେ ତୃତୀୟ ବର୍ଷ ର ଛାତ୍ରମାନେ ଉପ ବିଜେତା ହୋଇଥିଲେ l ଏହାପରେ କବାଡି ପ୍ରତିଯୋଗିତା ହୋଇଥିଲା ଓ ଏଥିରେ ଉଭୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଛାତ୍ର ମାନଙ୍କ ମଧ୍ୟରେ ପ୍ରଥମ ବର୍ଷ ର ଛାତ୍ର ମାନେ ବିଜେତା ହୋଇଥିବା ବେଳେ ଦ୍ୱିତୀୟ ବର୍ଷ ର ଛାତ୍ର ମାନେ ଉପ ବିଜେତା ହୋଇଥିଲେ l ଠିକ ସେହିଭଳି ପ୍ରଥମ ବର୍ଷ ର ଛାତ୍ରୀମାନେ ବିଜେତା ହୋଇଥିବା ବେଳେ ଦ୍ୱିତୀୟ ବର୍ଷର ଛତ୍ରୀମାନେ ଉପ ବିଜେତା ହୋଇଥିଲେ l