-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2023
ସମ୍ବଲପୁର -(ସଂଜୀବପାଣିଗ୍ରାହୀ). (ପଡିଆବାହାଲ):ଆସନ୍ତା ଡିସେମ୍ବର ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପଡିଆବାହାଲରେ ହେବ ଧନୁଯାତ୍ରା। ଏଥିପାଇଁ ଆଜି ଧନୁଯାତ୍ରା ପଡିଆରେ ଶୁଭଖୁଣ୍ଟି ସ୍ଥାପନା ସହିତ କଂସ ବରଣ ହୋଇଯାଇଛି। ପ୍ରାରମ୍ଭରେ ଜୟ ମାଁ ବୁଢୀ ମାଉଳିଙ୍କ ଠାରେ ପୂଜାର୍ଚନା କରାଯାଇ ନିମନ୍ତ୍ରଣ କରିବା ପରେ କଂସ ବରଣ କରାଯାଇ ଶୁଭଖୁଣ୍ଟ ସ୍ଥାପନା କରାଯାଇଥିଲା । ମାଁ ମାଉଳିଙ୍କୁ ନିମନ୍ତ୍ରଣ ଓ କଂସ ବରଣ ବେଳେ ମୂଖ୍ୟ କର୍ତ୍ତା ସନ୍ତୋଷ କାଳୋ ପୂଜାର୍ଚନା କରିଥିବା ବେଳେ ପଣ୍ଡିତ ମହେଶ୍ୱର ନାୟକଙ୍କ ପୌରହିତ୍ୟରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଥିଲା । ବରଗଡ ଭେଡେନ ବ୍ଲକ୍ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ଝସକେତନ ପ୍ରଧାନ ପୁର୍ବପରି କଂସ ଭୂମିକାରେ ଅଭିନୟ କରୁଛନ୍ତି।ଜୟ ମାଁ ବୁଢି ମାଉଳି ଯୁବକ ସଂଘ ପଡିଆବାହାଲ ଦ୍ୱାରା ଏହି ଧନୁଯାତ୍ରା ୩ୟ ନର୍ଷରେ ପହଞ୍ଛିଛି । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ସଂଘର ସଭାପତି ପ୍ରମୋଦ ମଗର, ସଂପାଦକ ସଞ୍ଜିବ ଭୋଇ,ବରୁଣ ସାହୁ,ଦୁର୍ଗେଶ ସାହୁ,ସୁଶାନ୍ତ ମହାନନ୍ଦ, ଶଙ୍କର ନାଏକ,ପ୍ରଦୀପ ଝାଙ୍କର,ସୁଦିପ ଭୋଇ,ରୂପେଶ ପାତ୍ର,ବିପିନ ବିହାରୀ ପ୍ରଧାନ,ସିଦ୍ଧେଶ୍ବର ସୋହେଲା,ଶୁକ ମେହେର,ମୁନ୍ନା ମେହେର, ପାର୍ବତୀ ମଗର,ସୌଦାମିନି ସୁହୁଲା, ରସ୍ମିତା ସୁହୁଲା,କରିସ୍ମା ସହୁଲା,ବବିତା ସହୁଲା,ଅନିତା ସୁନାକାଠି,ସରୋଜୀନି ସୁନାକାଠି,ଅନିତା ଲୁହା ପ୍ରମୂଖ ଏହାକୁ ପରିଚାଳନା କରିଥିଲେ ।