-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2023
ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲ ପୁର କଲେଜ କଲୋନୀ ରେ ଶିକ୍ଷକ ବାବୁଲାଲ ହରିଜନ ଉଦ୍ୟମ ରେ 26 ନଭେମ୍ବର ଭାରତ ର ସମ୍ବିଧାନ ଦିବସ ପାଳନ ରେ ସମ୍ବିଧାନ ର ପ୍ରସ୍ତାବନା ପାଠ କରାଯାଇଥଲା। ସମ୍ବିଧାନ ବାବଦରେ ଆଲୋଚନା ହୋଇଥିଲା।ପାଳନ କାର୍ଯ୍ୟକ୍ରମ ରେ ପାଇକ କତରା ଶିକ୍ଷକ ହୃଷୀକେଶ ବିଷୟୀ, ଵଟକରୀ ପ୍ରଧାନ ଶିକ୍ଷକ କେଶଵ ଦିସାରୀ,ସାନ ଭେଜା ପ୍ରଧାନ ଶିକ୍ଷକ ଦିବାକର ସମରଥ ଉପସ୍ଥିତ ଥିଲେ।କୁନି କୁନି ପିଲା ଙ୍କୁ ସମ୍ବିଧାନ ପ୍ରଣେତା ବାବଦରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ତରଫରୁ ଅଂଶ ଗ୍ରହଣ ର ସୁଯୋଗ ସୃଷ୍ଟି କରିଥିଲେ। ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିର୍ମୂରତିର ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏଭଳି ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାଵାଲ ଠାରେ ସମ୍ବିଧାନ ଦିବସ ପାଳନ ଅବସରରେ ଯୋଗଦେଲେ ନବରଙ୍ଗପୁର ସାଂସଦ ରମେଶ ଚଦ୍ର ମାଝୀ ନବରଙ୍ଗପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଜିଲ୍ଲାପରିଷଦ ଯଶମୋନ୍ତ ନାୟକ ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ ଜଟାଵାଲ ସରପଞ୍ଚ ମାଲତି ଭତ୍ରା ବରିଷ୍ଠ ବିଜେଡି ନେତା ଶରତଚଦ୍ର ଜାଲ ଗପାଳବିଷୋୟୀ ତ୍ରିନାଥ ଲେଙ୍କା ଉମାକାନ୍ତ ବିଷୋୟୀ ଉପସ୍ଥିତ ଥିଲେ ।