-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
26-Aug-2026
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ପଞ୍ଚମକାର ସ୍ମରଣିକା ଉନ୍ମୋଚନ ହୋଇ ଯାଇଛି l ଏହି ଉତ୍ସବରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶୀମତୀ ଅଞ୍ଜଳିନା ପ୍ରଧାନ ଓ ଉପ ଜିଲ୍ଲାପାଳ ସୋନପୁର ଡ. ସୌମ୍ୟରୂପା ରଥ ଉପସ୍ଥିତ ଥିଲେ l
‘ପଞ୍ଚମକାର’ କେବଳ ତାନ୍ତ୍ରିକ ଉପାସନା ପଦ୍ଧତିର ଉପାଦାନ ନୁହେଁ ବରଂ ଏହା ସୁବର୍ଣ୍ଣପୁରକୁ ପରିଚିହ୍ନିତ କରୁଥିବା ମଲ୍ଲି, ମୁଗ, ମଠ, ମନ୍ଦିର ଓ ମାଛ ପ୍ରଭୁତି ପାଞ୍ଚଟି "ମ କାର" ସଂଯୋଗ ସେତୁ l ତେବେ ଦୀର୍ଘ ୨୦ ବର୍ଷର ସୁବର୍ଣ୍ଣପୁର ଲୋକ ମହୋତ୍ସବର ସ୍ମରଣିକା ରେ ପ୍ରକାଶିତ ଉପାଦେୟ ମନୋନୀତ ଓ ନିର୍ବାଚିତ ଗବେଷଣାତ୍ମକ ପ୍ରବନ୍ଧ ସଂକଳନ ହେଉଛି ‘ପଞ୍ଚମକାର’ । ଏଥିରେ ସୁବର୍ଣ୍ଣପୁରର ଐତିହ୍ୟ, ସଂସ୍କୃତି, ଧର୍ମଧାରା, ଭାଷାସାହିତ୍ୟ ତଥା କଳା, ସ୍ଥାପତ୍ୟ ସନ୍ନିବେଶିତ ହୋଇଛି ଏବଂ ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ ll
ଏହି ଲୋକାର୍ପଣ ଉତ୍ସବରେ ସ୍ଵାଗତ ସମ୍ଭାଷଣ ଡକ୍ତର ସୌରଭ ରଞ୍ଜନ ଖମାରି ପ୍ରଦାନ କରିଥିଲେ, ପରେ ଜିଲ୍ଲାପାଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l
ଜିଲ୍ଲାପାଳଙ୍କ ଅଭିଭାଷଣ ପରେ ଦୀର୍ଘ 20 ବର୍ଷର ସୁବର୍ଣ୍ଣପୁର ଲୋକ ମହୋତ୍ସବର ସ୍ମରଣିକା ରେ ପ୍ରକାଶିତ ଉପାଦେୟ ମନୋନୀତ ଓ ନିର୍ବାଚିତ ଗବେଷଣାତ୍ମକ ପ୍ରବନ୍ଧ ସଂକଳନ ହେଉଛି "ପଞ୍ଚମକାର" ଗୋଟିଏ ଓଡ଼ିଆ ଓ ଇଂରାଜୀ ଭାଷାରେ ପୁସ୍ତକ ପ୍ରିୟ ଜିଲ୍ଲାପାଳଙ୍କ ଦ୍ଵାରା ଲୋକାର୍ପିତ ହୋଇଅଛି l
ସୁବର୍ଣ୍ଣପୁରର ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଓ ମାଟିର ଅସ୍ମିତାକୁ ନେଇ ପ୍ରକାଶିତ "ପଞ୍ଚମକାର" ପୁସ୍ତକର ଓଡିଆ ଓ ଇଂରାଜୀ ସଂସ୍କରଣର ଲୋକାର୍ପଣ ଉତ୍ସବରେ ସମସ୍ତ ପ୍ରମୁଖ ସାହିତ୍ୟିକ, କବି, ଲେଖକ, ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ସାମ୍ବାଦିକ ଯୋଗଦାନ କରିଥିଲେ ଏବଂ ମତ ପ୍ରଦାନ କରିଥିଲେ l
ପରେ ସଭାପତି ଇଙ୍କଫେଷ୍ଟ ଶ୍ରୀ ସ୍ଵାଧୀନ କୁମାର ମେହେର ବକ୍ତବ୍ୟ ରଖିଥିଲେ l
ଶେଷରେ ଉପ ସଭାପତି ଇଙ୍କଫେଷ୍ଟ ଶ୍ରୀ ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ
ଏହି ଲୋକାର୍ପଣ ଉତ୍ସବ ଟିକୁ ଶ୍ରୀ ଅମ୍ବୁଜ ବିହାରୀ ଶତପଥୀ ସଂଯୋଜନା କରିଥିଲେ l
ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁର ଓ ଇଙ୍କଫେଷ୍ଟ ର ମିଳିତ ଉଦ୍ୟମରେ ଏହି ଲୋକାର୍ପଣ ଉତ୍ସବ ପରିଚାଳିତ ହୋଇଥିଲା l ଜିଲ୍ଲା ର ସବୁ ଲେଖକ ଗାଳ୍ପିକ କବି ସାମ୍ବାଦିକ ଏଠାରେ ଯୋଗ ଦେଇଥିଲେ l