-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Nov-2023
ବଲାଙ୍ଗିର(ପ୍ରେରଣା ଖବର): ବ୍ୟକ୍ତି ନିର୍ମାଣ ସମାଜ ନିର୍ମାଣ ଓ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଦ୍ଵାରା ପ୍ରତିଷ୍ଠିତ ଅଖଣ୍ଡ ଜ୍ୟୋତି ପତ୍ରିକାର ବଲାଙ୍ଗିର ଜିଲ୍ଲାସ୍ତରୀୟ ପାଠକ ସମ୍ମିଳନୀ ଆଜି ଟିଟିଲାଗଡ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ତପୋଭୂମି ମଥୁରାରୁ ଋଷିପୁତ୍ର ଅଶୋକ ପାଣ୍ଡେ, ରାଧେଶ୍ୟାମ ପ୍ରଜାପତି, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସଂଯୋଜକ ବଳରାମ ସାହୁ ଗୌତମ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଯୁଗ ଗାୟକ ରବୀନ୍ଦ୍ର କୁମାର ଗୌଡ଼ ବାଦ୍ୟଯନ୍ତରେ ଅନାଦି ପାତ୍ର ଯୁଗ ସଙ୍ଗୀତ ମାଧ୍ୟମରେ ସମସ୍ତ ପରିଜନଙ୍କୁ ଗୁରୁଙ୍କ ସନ୍ଦେଶ ଦେଇଥିଲେ। ବଲାଙ୍ଗିର ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଥିବା ଗାୟତ୍ରୀ ପରିବାର ଭାଇଭଉଣୀ ଏହି କାର୍ଯକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳତା ସହିତ ଅନୁଷ୍ଠିତ କରିଥିଲେ।