-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (29-Aug-2026)       ||      ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ    (29-Aug-2026)       ||      ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   (29-Aug-2026)       ||      ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ    (29-Aug-2026)       ||      ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   (29-Aug-2026)       ||      ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   (29-Aug-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   (29-Aug-2026)       ||      ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||      ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||     

HOME   ରାଜ୍ୟ

ବଲାଙ୍ଗୀରରେ ଜାତୀୟ ସବ୍ ଜୁନିୟର ଚମ୍ପିୟାନସିପ୍ ଉଦ୍‌ଘାଟିତ  -ଭାଗ ନେଲେ ୪୫୦ ରୁ ଉର୍ଦ୍ଧ୍ୱ ବ୍ୟାଡମିଣ୍ଟନ ଖେଳାଳୀ -ଜାତୀୟ ଖେଳ ମାନଚିତ୍ରରେ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ ସାମିଲ 

21-Nov-2023




ବଲାଙ୍ଗୀର(ଚିତ୍ରସେନ ବେହେରା) ୩୫ତମ ଜାତୀୟ ସବ୍ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିୟାନସିପ୍ ମଙ୍ଗଳବାର ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ ଠାରେ ଉଦ୍‌ଘାଟିତ ହୋଇଛି । ଏହି ଜାତୀୟ ଚମ୍ପିୟାନସିପ୍‌ରେ ୩୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୪୫୦ରୁ ଉର୍ଦ୍ଧ୍ୱ ବ୍ୟାଡମିଣ୍ଟନ ଖେଳାଳୀ, କୋଚ୍‌, ଅଫିସିଆଲ, ସହଯୋଗୀ ଅଂଶଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଆୟୋଜକ କମିଟି ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଭିଡିଓ ବାର୍ତ୍ତା ଯୋଗେ  ସମସ୍ତ ପ୍ରତିଯୋଗୀ, କୋଚ୍ ଓ ଅଫିସିଆଲଙ୍କୁ ଅଭିନନ୍ଦନ ଜଣାଇବା ସହ ଖେଳ କିପରି ସୁରୁଖୁରୁରେ ଆୟୋଜନ ହେବ ସେଥିପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା,  ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ, ସ୍ୱନାମଧନ୍ୟ ଆଡଭୋକେଟ ଅମରେନ୍ଦ୍ର ମିଶ୍ର, ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପସଭାପତି ଶ୍ରୀଯୁକ୍ତ ମୁରୁଲୀଧରନ୍‌, କେରଳ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ରାକେଶ ଶେଖର, ଫିଆନ୍‌ସି ଦଥାନ, ସୁଧୀର ଭାର୍ବେ ପ୍ରମୁଖ ମଞ୍ଚାସୀନ ଥିଲେ ।

ଜିଲ୍ଲାପାଳ ରାଣା ତାଙ୍କ ଉଦ୍‌ଘାଟନୀ ବକ୍ତବ୍ୟରେ ଭାରତର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଖେଳାଳୀ, କୋଚ୍ ଓ ଅଫିସିଆଲ ମାନଙ୍କୁ ବଲାଙ୍ଗୀରକୁ ସ୍ୱାଗତ କରିବା ସହ ଏଠାରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବେ ବୋଲି କହିଥିଲେ । ଚମ୍ପିଆନ୍‌ସିପ୍‌ର ସଫଳ ଆୟୋଜନ ପାଇଁ ସେ ଭାରତୀୟ ବ୍ୟାଡମିଣ୍ଟନ ସଂଘ, ଓଡିଶା ବ୍ୟାଡମିଣ୍ଟନ ସଂଘ, ଜିଲା ବ୍ୟାଡମିଣ୍ଟନ ସଂ. ରାଜ୍ୟ ସରକାର ଏବଂ ଓଡିଶା ଖଣି ନିଗମକୁ ଧନ୍ୟବାଦ ଜଣାଇଥିଲେ । ବଲାଙ୍ଗୀର ଭଳି ଏକ ଛୋଟ ସହରରେ ଏକ ଜାତୀୟ ଚମ୍ପିଆନସିପ୍ ଆୟୋଜନ ହେବା ସାରା ଦେଶକୁ ଏକ ନୂଆ ବାର୍ତ୍ତା ଦେଇଛି

ଏବଂ ଏହା ଭବିଷ୍ୟତରେ ଛୋଟ ସହର ଏବଂ ଗାଁରୁ ଆନ୍ତର୍ଜାତିକ ଖେଳାଳୀ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପସଭାପତି ମୁରଲୀଧରନ୍‌, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ, ଆଡଭୋକେଟ ଅମରେନ୍ଦ୍ର ମିଶ୍ର ପ୍ରମୁଖ କହିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ବଲାଙ୍ଗୀର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ତଥା ଜାତୀୟ ସବ୍‌ଜୁନିଅର ଚମ୍ପିଆନ୍‌ସିପ୍‌ର ସଂଯୋଜକ ସୁରୁଲାଲ ମଟାରୀ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଯୋଜକ ଶ୍ରୀ ମଟାରୀ ଏବଂ ରାଜ୍ୟ ସଂଘ ସମ୍ପାଦକ ନିଲିନ୍ କୁମାର ବ୍ୟାଡମିଣ୍ଟନ ଖେଳ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଆୟୋଜକ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ର ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସ୍ମାରକୀ ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।  ଉଦ୍‌ଘାଟନୀ ସଭା ପରେ ପ୍ରଥମ ପର୍ଯ୍ୟାୟ ବାଳକ ବିଭାଗ ମ୍ୟାଚ୍‌ରେ କେରଳର ଶ୍ରୀଯୋଶ୍ରୀ ଈଶ୍ୱର, ଝାରଖଣ୍ଡର ଶ୍ରୀରାମ ରତନ, ପଞ୍ଜାବର ସାତ୍ତ୍ୱିକ ଭାଟିଆ, ହରିଆଣାର ଜତିନ୍ କୁମାର, ବାଳିକା ବିଭାଗରେ ମହାରାଷ୍ଟ୍ରର ସ୍ୱୟାରା ସେଲର, ହରିଆଣାର ଜିବିକା ସହଲଟ୍‌, ଉତ୍ତର ପ୍ରଦେଶର ଆଗ୍ରିମା ସିଂ, ଗୋଆର ଆର୍ଯ୍ୟା ମୈତ୍ରୀ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏହି ଜାତୀୟ ଚମ୍ପିଆନ୍‌ସିପ୍ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ   29-Aug-2026
  ରାଜ୍ୟ  
ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   29-Aug-2026
  ଜିଲ୍ଲା  
ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ   29-Aug-2026
  ଜିଲ୍ଲା  
ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   29-Aug-2026
  ରାଜ୍ୟ  
ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   29-Aug-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   29-Aug-2026
  ଜିଲ୍ଲା  
ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   29-Aug-2026
  ଜିଲ୍ଲା  
*ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   29-Aug-2026
  ଜିଲ୍ଲା  
ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   29-Aug-2026

You Might Also Like