-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2023
ଟିଟିଲାଗଡ଼ (ପ୍ରେରଣା ଖବର ): ଡି. ଏ. ଭି.(ସ୍ଵଂୟଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଇଂରାଜୀ ବିଭାଗ ତରଫରୁ ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଣବ କିଶୋର ପୁରୋହିତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ, ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ I ପ୍ରାଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ର ଅତିଥି ବକ୍ତା ମାନଙ୍କର ପରିଚୟ ପ୍ରଦାନ କରିଥିଲେ I ଏହି ଆଲୋଚନାଚକ୍ର ରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ବିଘ୍ନେସ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମାଲୋଚନା ସାହିତ୍ୟ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ I ଅଧ୍ୟାପକ ଜୟଦେବ କର ଶ୍ରୀ ମିଶ୍ରଙ୍କ ଉପରେ ଟିପ୍ପଣୀ ରଖିଥିଲେ I ସମ୍ମାନିତ ବକ୍ତା ଭାବରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡ. ପ୍ରତାପ କୁମାର ଦାଶ ଯୋଗ ଦେଇ ଭାଷା ବିଜ୍ଞାନର ବିଶ୍ଳେଷଣ କରି ଏହାର ବ୍ୟବହାର ସମ୍ବନ୍ଧରେ ଚମକ୍ତାର ବକ୍ତବ୍ୟ ରଖିଥିଲେ I ଶ୍ରୀ ଦାଶଙ୍କ ବକ୍ତବ୍ୟ ଉପରେ ଅଧ୍ୟାପକ ଅରୁଣ କୁମାର ପ୍ରଧାନ ଟିପ୍ପଣୀ ରଖିଥିଲେ I ଅଧ୍ୟାପିକା ବନ୍ଦନା କର ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଆଲୋଚନାଚକ୍ରରେ ରାହୁଲ ସାହୁ, ପ୍ରଜ୍ଞା ବେହେରା, ପ୍ରିୟଙ୍କା ପଣ୍ଡା, ପ୍ରତ୍ୟୁଷ ପାଣିଗ୍ରାହୀ, ମାନସ, ଅମିତ୍, ପିଙ୍କି ବାଘେଲ, ନୈପୁଣ୍ୟ ଭୋଇ, ଅପିନ, ମୁନି କୁମ୍ଭାର ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I