-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||     

HOME   ଜିଲ୍ଲା

ଯନ୍ତ୍ରୀ ସାଜିଲେ ଠିକାଦାର, ଜୁନାଗଡ ଏନ ଏ ସି ଅଞ୍ଚଳକୁ ବ୍ଲକ ଯନ୍ତ୍ରୀଙ୍କ ଜବର ଦଖଲ

30-Oct-2023



କଳାହାଣ୍ଡି ( ଦୁଷ୍ମନ୍ତ କୁମାର ପଣ୍ଡା)
 କଳାହାଣ୍ଡି ଜିଳ୍ଲା ଜୁନାଗଡ ବ୍ଲକ ରେ କାର୍ଯ୍ୟ ରତ ଯନ୍ତ୍ରୀ ମାନେ ଠିକାଦାର ସାଜି ସରକାରୀ ନୀତି ନିୟମକୁ କୁ ଆଖି ଠାର ମାରି ଅନେକ ଗୁଡାଏ ଉନ୍ନାୟନ ମୂଳକ କାର୍ଯ୍ୟ କରିଚାଲିଥିବା ଅଭିଯୋଗ ହେଉଛି । ବ୍ଲକ ସ୍ତରରେ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଅଟକଳ ଥିବା କାର୍ଯ୍ୟ କୁ ଟେଣ୍ଡର ପ୍ରକ୍ରିୟା ରେ ଠିକାଦାର ଚୟନ କରିବା କୁ ପଞ୍ଚାୟତିରାଜ ବିଭାଗ ପତ୍ର ସଂଖ୍ୟା ୧୨୬୭୨ ତା୧୩.୦୭.୨୦୧୭, ୧୩୪୮୩ ତା ୨୨.୦୭.୨୦୧୭ ଏବଂ ୧୭୪୩୪ ତା ୧୨.୦୯.୨୦୧୭ ଯୋଗେ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ସେସବୁ ପ୍ରତି ଅଣଦେଖା କରାଯାଇ ବିଭାଗୀୟ କାର୍ଯ୍ୟ ସମ୍ପାଦନ ନାମରେ ଯନ୍ତ୍ରୀ ମାନେ ନିଜ ନାମରେ କାର୍ଯ୍ୟାଦେଶ ନେବା ସହିତ ଲକ୍ଷ ଲକ୍ଷ ତାଙ୍କର ଉନ୍ନତି ମୂଳକ କାର୍ଯ୍ୟ କରୁଥିବାର ଦେଖା ଯାଉଛି ।  ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି ହେଉ କିମ୍ବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ହେଉ ଅଥବା ବିଜୁ କେବିକେ ଯୋଜନା ପାଣ୍ଠି ହେଉ ସବୁଯାକ ପାଣ୍ଠି ର କାର୍ଯ୍ୟକୁ ଯନ୍ତ୍ରୀ ମାନେ ହିଁ ସମ୍ପାଦନ କରୁଥିବା ଅଭିଯୋଗ ହେଉଛି ।  ଅନ୍ୟ ପକ୍ଷରେ ଟେଣ୍ଡର ପ୍ରକ୍ରିୟା ହେଲେ ସରକାରୀ ରାଜସ୍ବ ବୃଦ୍ଧି ସାଙ୍ଗକୁ ପ୍ରତିଯୋଗିତା ମୂଳକ ଭାବେ କମ ମୂଲ୍ୟରେ ମଧ୍ୟ କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ଥିବା ବେଳେ ଯନ୍ତ୍ରୀ ମାନେ ସରକାରୀ ରାଜସ୍ବ ବୃଦ୍ଧି ପ୍ରତି ଦୃଷ୍ଟି ନ ଦେଇ ବ୍ୟକ୍ତିଗତ ରାଜସ୍ବ ବୃଦ୍ଧି ପ୍ରତି ଅଧିକ ଚେଷ୍ଟିତ ରହୁଥିବା ଅଭିଯୋଗ ହେଉଛି । ଏପରିକି ଜୁନାଗଡ ବ୍ଲକ ର ଯନ୍ତ୍ରୀ ମାନେ ଜୁନାଗଡ ଏନ ଏ ସି ର ସହରାଞ୍ଚଳ ମଧ୍ୟରେ ବ୍ଲକ ପାଣ୍ଠି ବିନିଯୋଗ କରି ମଧ୍ୟ ଅନେକ ଉନ୍ନାୟନ ମୂଳକ କାର୍ଯ୍ୟ କରୁଥିବା ହେତୁ ଏନ ଏ ସି ର ଯନ୍ତ୍ରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନ ପାଣ୍ଠି,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ଓ ବିଜୁ କେବିକେ ଯୋଜନା ପାଣ୍ଠି ବିନିମୟରେ ଜୁନାଗଡ ଏନ ଏ ସି ସହରାଞ୍ଚଳ ମଧ୍ୟରେ ଗତ ରାସ୍ତା, କମ୍ୟୁନିଟି ହଲ ଇତ୍ୟାଦି ଜୁନାଗଡ ବ୍ଲକ ତରଫରୁ ନିର୍ମାଣ କରାଯାଇଥିବା ଜଣା ପଡିଛି । ଡବ୍ଲୁଓଡିସି/୨୦୧୮-୧୯/ପି/୩୭ ରେ ଏନଏସି ର ୱାର୍ଡ ନଂ ୩ ରେ କମ୍ୟୁନିଟି ହଲ, ଡବ୍ଲୁଓଡିସି/୨୦୨୧-୨୨/ପି/୮ ରେ ଏନଏସି ର ବଜାରପଡା ରାସ୍ତା, ବିକେବିକେ/୨୦୨୦-୨୧/ପି/୪୪ ରେ ଏନଏସି ର ୱାର୍ଡ ନଂ ୭ ରେ ରାସ୍ତା, ପି/୪୩ ରେ ୱାର୍ଡ ନଂ ୨ ରେ ରାସ୍ତା, ପି/୩୯ ରେ ୱାର୍ଡ ନଂ ୧୨ ରେ ରାସ୍ତା, ପି/୩୮  ରେ ୱାର୍ଡ ନଂ ୨ ରେ ରାସ୍ତା,  ସ୍ବତନ୍ତ୍ର ଉନ୍ନାୟନ ପାଣ୍ଠି ଏସପିପିଏଫ/୨୦୨୦-୨୧/ପି/୧୧ ରେ ଏନ ଏ ସି ୱାର୍ଡ ନଂ ୮ ରେ କମ୍ୟୁନିଟି ହଲ ଭଳି ଜୁନାଗଡ ଏନ ଏ ସି ଅଞ୍ଚଳ ମଧ୍ୟରେ ଅନେକ କାର୍ଯ୍ୟ ବ୍ଲକ ଯନ୍ତ୍ରୀ ମାନେ ବ୍ଲକ ମାଧ୍ୟମରେ ନିଜ ନିଜ ନାମରେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ ସମ୍ପାଦନ କରିଥିବା ଜଣାପଡିଛି । ଏପରିକି ବିଜୁ ପଟ୍ଟନାୟକ ଷ୍ଟାଡିୟମ ମଧ୍ୟରେ ଅନେକ ଗୁଡାଏ କାର୍ଯ୍ୟ ବ୍ଲକ ଯନ୍ତ୍ରୀ ମାନଙ୍କ ଦ୍ବାରା ସମ୍ପାଦିତ ହେଉଛି । ବିଭିନ୍ନ ଯୋଜନାରେ ବିଡିଓ କାର୍ଯ୍ୟାଦେଶ ଦେଲେ ଆମେ କାର୍ଯ୍ୟ କରୁଛୁ ବୋଲି ବ୍ଲକ ର ଯନ୍ତ୍ରୀ ମାନେ ପ୍ରକାଶ କରୁଥିବା ବେଳେ ଏନ ଏ ସି ରେ ନିଯୁକ୍ତ ଯନ୍ତ୍ରୀ ମାନେ କାମ ନ ଥାଇ ଚୁପ ବସି ରହୁଥିବା ଦେଖା ଯାଉଛି । ଅନ୍ୟ ପକ୍ଷରେ ଏନଏସି ରେ ଏକ ଲକ୍ଷ ରୁ ଅଧିକ ଅଟକଳ ଥିବା କାର୍ଯ୍ୟ କୁ ଟେଣ୍ଡର ପ୍ରକ୍ରିୟା ରେ କାର୍ଯ୍ୟାଦେଶ ଦିଆ ଯାଉଥିବା ହେତୁ କିଛି ଲାଭ ଖୋର ବ୍ୟକ୍ତି ମାନେ ବ୍ଲକ ଯନ୍ତ୍ରୀ ମାନଙ୍କ ନାମରେ ଜୁନାଗଡ ବ୍ଲକ ତରଫରୁ କାର୍ଯ୍ୟାଦେଶ ହାତେଇ ନେଇ ସହରାଞ୍ଚଳ ରେ ମଧ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଏହାରି ସୁଯୋଗରେ ଯନ୍ତ୍ରୀମାନେ ନିଜ ନାମରେ କାର୍ଯ୍ୟାଦେଶ ଥିବା ହେତୁ ସପୃକ୍ତ ଲାଭଖୋର ବ୍ୟକ୍ତି ମାନଙ୍କୁ ଢାଲ କରି ଅଳ୍ପ ରୋଟି ପକାଇ ଦେଇ ଲାଭବାନ ହେଉଥିବା ଅଭିଯୋଗ ହେଉଛି । ଡବ୍ଲୁଓଡିସି ହେଉ କି ବିଜୁକେବିକେ ହେଉ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଣ୍ଠି ମଞ୍ଜୁର କରାଯିବା ସମୟରେ ସହରାଞ୍ଚଳ କି ଗ୍ରାମାଞ୍ଚଳ ସେଥିପ୍ରତି ଦୃଷ୍ଟି ଦିଆ ଗଲେ ଏଭଳି ସମସ୍ୟା କୁ ଏଡାଇ ଦିଆ ଯାଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏହା ଛଡା ସହରାଞ୍ଚଳରେ ଏନ ଏ ସି କାର୍ଯ୍ୟ କରୁଥିବା ବେଳେ ବ୍ଲକ ଯନ୍ତ୍ରୀ ମାନଙ୍କ ଲାଭ ଖୋର ମନୋବୃତି ସହିତ ଏଭଳି ଜବର ଦଖଲ କୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026
  ଜିଲ୍ଲା  
*ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   04-Sep-2026

You Might Also Like