-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
30-Oct-2023
ବଲାଙ୍ଗିର ଦିନ ଅବସରରେ ନାରିଶକ୍ତି ଫାଉଣ୍ଡେସନ ତରଫରୁ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଆମର ପିଠାମଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପାରମ୍ପରିକ ପିଠାମଡା ପ୍ରତିଯୋଗିତା ରେ ବିଭିନ୍ନ ପ୍ରକାରର ପିଠା ମଡା ଦେଖିବାକୁ ମିଳିଥିଲା। ପ୍ରତିଯୋଗି ଭିଡ଼ ଲାଗିଥିବା ବେଳେ ଦର୍ଶକଙ୍କ ଓ ଖାଦ୍ୟ ପ୍ରେମୀ ଙ୍କ ଭିଡ଼ ଦେଖିବାକୁ
ମିଳିଥିଲା। ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ରଶ୍ମି ଦାସ, ପଦ୍ମିନୀ ମହାପାତ୍ର,ରାଜ କୁମାର ହୋତା ଦାଇତ୍ୱ ରେ ଥିଲେ। ଏହି ପ୍ରତିଯୋଗିତାକୁ ନାରୀ ଶକ୍ତି ଫାଉଣ୍ଡେସନ ର ସରିତା ଦାସ, ନୂତନ ଦାସ,ନୂତନ ସେଦ୍ରିଆ, ପ୍ରିୟଙ୍କା ତ୍ରିପାଠୀ, ଶ୍ରାବଣୀ ମେହେର,ଶ୍ରୀପଦା ଷଡ଼ଙ୍ଗୀ,ମିଲି ବାରିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।