-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Oct-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ)- ସୁବର୍ଣ୍ଣପୁର ର ପ୍ରସିଦ୍ଧ ହରଗୈ।ରୀ ଯାତ୍ରା ପାଇଁ ସମଗ୍ର ସୁବର୍ଣ୍ଣପୁର ସହର ଏବେ ଚଳଚଞ୍ଚଳ ହୋଇପଡିଛି। ପରମ୍ପରା ଅନୁଯାୟୀ ପ୍ରଥମେ ଗୈ।ରୀ ଓ ହର ଙ୍କୁ ଆବାହନ କରି ଢେରାପଡା ସ୍ଥିତ ପୂଜା ମଣ୍ଡପ ରେ ସ୍ଥାପନ କରାଯିବା ପରେ ତେଲୁଗୁ ରୀତିନୀତି ଅନୁଯାୟୀ ଶିବ ସହସ୍ରନାମ ଓ ଷୋଡ଼ଶ ଉପଚାରରେ ପୂଜା ,ରୁଦ୍ରାଭିଷେକ ପ୍ରଭୃତି ଚାଲୁରହିଛି। ଆଜି ଶ୍ରଦ୍ଧାଳୁ ହରଗୈ।ରୀ ଙ୍କ ଯୁଗଳ
ଦର୍ଶନ କରିବା ସ଼ହ ପଡାର ସ୍ଥାନେ ସ୍ଥାନେ ସଜ୍ଜିତ ହୋଇଥିବା ମେଢ, ଖାଦ୍ୟ ଷ୍ଟଲ, ଇଲେକ୍ଟ୍ରି ସାଜସଜ୍ଜା ଦେଖିବା ର ଖୁବ ମଜା ନେଉଛନ୍ତି।ପଡାର ସମସ୍ତ ଘରୁ ଆଜି ହରଗୈ।ରୀ ଙ୍କୁ ମୁଗବରା ଭୋଗ ଲଗାଯାଇଛି। ଆଜିଠାରୁ ସାଂସ୍କୃତିକ ଆରମ୍ଭ ମଧ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମଦିନ ବଲାଙ୍ଗୀର ର ପଞ୍ଚମ ଓ ସୋନପୁର ର ପଏଁରୀ ଅନୁଷ୍ଠାନ ଦ୍ଵାରା ସମ୍ବଲପୁରୀ ଲୋକନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଛି।