-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
28-Oct-2023
ଲୋଇସିଂହା(ପ୍ରେରଣା ଖବର ): ସ୍ଥାନୀୟ ଶ୍ରୀଧାମ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଧର୍ମସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କଳା ନିର୍ଦ୍ଦେଶକ ଗୌରୀଶଙ୍କର ବେଜ ଗୁରୁଚରଣ ଧୀର, ସାହିତ୍ୟିକ ରାମଚନ୍ଦ୍ର ପଟେଲ ଯୋଗଦେଇଥିଲେ। କବି ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ଏକ ଭକ୍ତି କବିତା ଆସର ଅନୁଷ୍ଠିତ ହୋଇଥିଲା ୩୦ ରୁ ଅଧିକ କବି ଭକ୍ତି କବିତା ପରିବେଷଣ କରି ଶ୍ରୀଧାମକୁ ଭକ୍ତିମୟ କରିଦେଇଥିଲେ। ଏହି ଆସରକୁ କବି ଗୌରୀଶଙ୍କର ସାହୁ ସଂଯୋଜନା କରିଥିଲେ।
କାର୍ଯ୍ୟକ୍ରମରେ କାଶ୍ମୀର ଛତ୍ରିଆ, ଦେବରାଜ ନନ୍ଦ, ନରେନ୍ଦ୍ର କୁମ୍ଭାର, ଯଶୋବନ୍ତ ଗଡୁଆ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପୂଜା କମିଟୀର ସଭାପତି ରାଜକିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।