-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
28-Oct-2023
ବୌଦ୍ଧ (ଜୟାନନ୍ଦ ମିଶ୍ର ): ବୌଦ୍ଧ ସହର ସ୍ଥିତ ମର୍ଯାକୁଦ ଛକ ନିକଟରେ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ଅଭିଯାନ ପଥ ଉତ୍ସବ ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ୱାକାଥନକୁ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ନୂତନ ଭୋଟର ପଞ୍ଜିକରଣ ପାଇଁ ସଚେତନତା ସୃଷ୍ଟି ଓ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ମଞ୍ଚରେ ପହଁଚି ଥିଲା । ଏହାପରେ ମଞ୍ଚରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ
,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ ,ଜିଲ୍ଲା ନିର୍ବାଚନ ଅଧିକାରୀ ଶାଶ୍ୱତ ପ୍ରଧାନ,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ଅଗାମୀ ଦିନରେ ଶତ ପ୍ରତିଶତ ଭୋଟ ଦାନ କରିବାକୁ ଆହ୍ୱାନ ଦେଇଥିଲେ।ଏଥିରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ l ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛlତ୍ରୀଙ୍କୁ ପୁରସ୍କୃତ କରିଥିଲେ l ଭୋଟର ଙ୍କୁ ସଚେତନ କରିବା ପାଇଁ 2 ଗୋଟି ସଂକ୍ଷିପ୍ତ ଭିଡିଓ ପ୍ରଦର୍ଶନ କରାଯାଇଥିଲା l ଏହି ଅବସରରେ କୌତୁକ ବେଶ ପୋଷାକ ପ୍ରଦର୍ଶିତ ସହିତ, ମିତା ଦିଦି ପ୍ରଦର୍ଶନ, ଦସ୍ତଖତ ଅଭିଯାନ, ନିର୍ବାଚନ ସମ୍ପର୍କିତ ଫଟୋ ପ୍ରଦର୍ଶନୀ, ମହାନଦୀ ବ୍ରିଜ ଉପରେ ଭୋଟରଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଇଥିଲା l ଶେଷରେ ଜିତେନ୍ଦ୍ର ମହାନ୍ତି -ଓଡିଶୀ ନୃତ୍ୟ, ସେଣ୍ଟ ଜାଭିୟର ସ୍କୁଲ ର ଶର୍ମିଷ୍ଠା ବାରିକ ଏବଂ ଆର୍ଯ୍ୟନ
ନାରାୟନ ଦେବ - ସମ୍ବଲପୁରୀ ନୃତ୍ୟ, ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ଏବଂ ବୁଟୁପାଲି ୟୁ. ଜି. ଏମ. ଇ. ସ୍କୁଲ ର ଛାତ୍ରଛାତ୍ରୀ ୩ ଟି ମାସ୍କଟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସେହିପରି ଅସ୍ଥାୟୀ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇ ଲିଫଲେଟ ବଣ୍ଟନ ସହ ଭୋଟର ମାନଙ୍କୁ ସଚେତନ କରାଯାଇଥିଲା l ପରେ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ ସହିତ ଉପ ଜ଼ିଲ୍ଲାପାଳ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l