-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
26-Oct-2023
କଣ୍ଟାମାଳ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଧିନ ଘଣ୍ଟାପଡ଼ା ମାଁ ସମଲେଶ୍ଵରୀ ମନ୍ଦିର ପରିସରରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଚାଲିଥିବା ମହିଷାସୁର ଦରବାରର ତୃତୀୟ ସନ୍ଧ୍ୟା ର ରାଜକୀୟ ମୁଖ୍ୟଅତିଥିଭାବେ ବୌଦ୍ଧବ୍ଳକର ଅଧ୍ୟକ୍ଷ ପ୍ରୀୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗଦେଇ ଦରବାର ର ଆୟୋଜନକୁ ଭୁୟସୀ ପ୍ରଶଂସା କରିଥିଲେ । ରାଜକୀୟ ସମ୍ମାନୀତ ଅତିଥି ଭାବେ ନଂ୧ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଉଷାଧକ୍ଷ ଅଜିତ କୁମାର ସାହୁ, ରାଜ୍ୟ ଯୁବବିଜେପି ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର, କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ସାହୁ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଖଲିଆପାଲି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପିଣ୍ଟୁ ନାଏକ, ନାରାୟଣପ୍ରସାଦ ପଞ୍ଚାୟତର ସରପଞ୍ଚ ପ୍ରତିନିଧି
ସତ୍ୟନାରାୟଣ ମାଝୀ, ବିଜେପି ସଦସ୍ୟ ସୁଶାନ୍ତ ବାଘ ଓ ବରିଷ୍ଠ ମୃଦଙ୍ଗ ବାଦକ ଶାନ୍ତାନୁ ମଲିକ ଉପସ୍ଥିତ ରହି ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ଇଚ୍ଛାଶକ୍ତିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ପୂଜା କମିଟୀର ସଭାପତି ଗିରିଧର ଦେହୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଦରବାର ସଭାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୂର୍ଯ୍ୟନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ।ପରେ ମହିଷାମନ୍ଦିନୀ ମଞ୍ଚନାଟକର କିଛି ଅଂଶ ପଦ୍ମପୁର ଅଞ୍ଚଳର କଳାକାରଙ୍କଦ୍ଵାରା ପ୍ରଦର୍ଶିତ ହୋଇଥିଲା। ଦର୍ଶକ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଏ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। (କଣ୍ଟାମାଳରୁ ଜୟ କୁମାର ମହାରଣାଙ୍କ ରିପୋର୍ଟ)