-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
25-Oct-2023
କଣ୍ଟାମାଳ(ଜୟ କୁମାର ମହାରଣା ): : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ମଲିକୁଦ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହିଁ ଗ୍ରାମର ରମ୍ଭା ମହାନନ୍ଦ, ଉପାସୀ ହରିପାଳ, ସୁଜାତା ତାଣ୍ଡି, ଘୁମୁଡୁ ତାଣ୍ଡି, ମଞ୍ଜୁ ମହାନନ୍ଦ ଆଦି ହିତାଧିକାରୀ ଠିକ ସମୟରେ ଆବାସ ଗୃହ କାମ ସମାପ୍ତ କରିଥିବା ବେଳେ ବିଜୟା ଦଶମୀ ଦିନ ଏହାର ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଛି l ବ୍ଲକ ପ୍ରଶାସନ ର ନିର୍ଦ୍ଦେଶ କ୍ରମେ
ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୁଲେଶ୍ୱର ନାଗଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ପ୍ରବେଶ ଉତ୍ସବରେ ସମିତିସଭ୍ୟା ଅଙ୍ଗୁରି ତାଣ୍ଡି ମୁଖ୍ୟ ଅତିଥି ଏବଂ ସ୍ଵେଚ୍ଛାସେବୀ ରାମଚନ୍ଦ୍ର ତାଣ୍ଡି
ସମ୍ମାନିତ ଅତିଥି ଭାବରେ ଯୋଗ ଗ୍ରୁହ ଉଦଘାଟନ କରିଥିଲେ l ଯେଉଁମାନେ ୪ ମାସ ଭିତରେ ଗୃହ ନିର୍ମାଣ କାର୍ଯ୍ୟ ସାରିଛନ୍ତି ସେମାନଙ୍କ ବ୍ୟାଙ୍କ ଖାତାରେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ସରକାରଙ୍କ ତରଫରୁ ସିଧାସଳଖ ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ନାଗ ସୂଚନା ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ମହିଳା ସଂକୀର୍ତ୍ତନ ମଣ୍ଡଳୀ ସାମିଲ ରହି ଭଜନ ପରିବେଷଣ କରିଥିଲେ l
(କଣ୍ଟାମାଳ ରୁ ଜୟ କୁମାର ମହାରଣାଙ୍କ ରିପୋର୍ଟ )