-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
25-Oct-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ମୁନିସିପାଲିଟି ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଇଂ .ମନୋରଞ୍ଜନ ପଣ୍ଡା (ବିଟେକ( କୃଷି ଯାନ୍ତ୍ରିକ) ଓ ୟୁ ଏ ଟି) କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ସର୍ବ ପ୍ରଥମେ ସାଧାରଣ ଲୋକ ଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହିତ ସହର ର ପରିମଳ, ବିଦ୍ୟୁତ କରଣ ଓ ସୌନ୍ଦର୍ଜୀ କରଣ ଉପରେ ଗୁରୁତ୍ୱ ଦେବାକୁ ଓଡିଶା ସାମ୍ବାଦିକ ସଂଘ ସୋନପୁର ଶାଖା କାର୍ଯ୍ୟକର୍ତ୍ତା ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତରେ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ l ଏବଂ ସମସ୍ତ ଙ୍କ ସହଯୋଗ ରେ ସହର ର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଉଦ୍ୟମ ରଖିବି ବୋଲି କହିଥିଲେ l ଶ୍ରୀ ଏହା ପୂର୍ବ ରୁ ପଡୋଶୀ ଜିଲ୍ଲା ବୌଦ୍ଧ ଏନ ଏ ସି ରେ ଦୀର୍ଘ ପାଞ୍ଚ ବର୍ଷ ଧରି ସୁଚାରୁ ରୂପେ କାର୍ଯ୍ୟ କରି ତାଙ୍କ ଅମାୟିକ ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଦକ୍ଷତା ପାଇଁ ସାଧାରଣ ଲୋକଙ୍କ ସମେତ ସବୁ ବର୍ଗ ରେ ସେ ପ୍ରିୟ ଭାଜନ ହୋଇ ପାରିଥିଲେ l ଜରି ଖଣ୍ଡି ଉନ୍ନୟନ ପ୍ରକଳ୍ପ, ନୁଆଁ ରାସ୍ତା ନିର୍ମାଣ ସହ ନୁଆଁ କଲୋନୀ ର ସୌନ୍ଦର୍ଜୀ କରଣ, ଉନ୍ନତ ଡ୍ରେନାଇଜ ସିଷ୍ଟମ, ଟାଉନ ହଲ ର ରିନୋଭେସନ, ଏମ ସି ସି, ଏମ ଆର ଏଫ ଭଳି ଅନେକ ମେଗା ପ୍ରକଳ୍ପ ନିର୍ମାଣ ରେ ଶ୍ରୀ ପଣ୍ଡା ଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ସୂଚନା ମିଳିଛି l