-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
22-Oct-2023
ବଲାଙ୍ଗୀର(ପ୍ରେରଣା ଖବର): ଗତକାଲି ବଲାଙ୍ଗୀର ଅବକାରୀ ବିଭାଗ ତରଫରୁ ଚଢ଼ଉ କରାଯାଇ ୨ଠ ଲିଟର ଦେଶୀ ମଦ ଓ ମଦ ନେବା ପାଇଁ ବ୍ୟବହୃତ ଏକ ବାଇକ୍ କୁ ଜବତ କରାଯାଇଛି । ସୂୂଚନା ଅନୁସାରେ ଆଜି ସଂଧ୍ୟାରେ ସୋନପୁର ପଟରୁ ବଲାଙ୍ଗୀର ଆଡକୁ ଏକ ବାଇକ୍ ରେ ଦେଶୀ ମଦ ଚାଲାଣ ହେଉଥିବା ଖବର ପାଇଥିଲା ବଲାଙ୍ଗୀର ଅବକାରୀ ବିଭାଗ । ତେବେ ସୋନପୁର ଜିଲ୍ଲା ତରେକେଲା ଗାଁ ସୁରଂଜନ ଷାଣ୍ଢ ନାମକ ଜଣେ ବ୍ୟକ୍ତି ଏକ ବାଇକ୍ ରେ ଏହି ମଦ ନେଉଥିବା ବେଳେ ପୁାଇଁନ୍ତଳା ଥାନା ବିଛୁପାଲି ନିକଟସ୍ଥ ଟୋଲ୍ ଗେଟ୍ ନିକଟରେ ଅବକାରୀ ବିଭାଗର ଏକ ଟିମ୍ ସୁରଂଜନଙ୍କୁ କାବୁ କରିଥିଲା । ସୁରଂଜନଙ୍କ ଠାରୁ ୨ଠ ଲିଟର ଦେଶୀ ମଦ ଓ ଏକ ବାଇକ୍ ଜବତ କରିଛି ଅବକାରୀ ବିଭାଗ । ଆସନ୍ତା କାଲି ସୁରଂଜନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ।