-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
21-Oct-2023
କଣ୍ଟାମାଳ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡା ଗାଁ ସୀମାନ୍ତ ଚିର ସ୍ରୋତା ତେଲନଦୀ କୂଳରେ ଅବସ୍ଥିତ ମାଁ ସମଲେଶ୍ୱରୀ ଦେବୀ ପୀଠର ପ୍ରସିଦ୍ଧ ସମଲେଶ୍ୱରୀ ଯାତ୍ରା କାଷ୍ଠା ଓ ନିଷ୍ଠା ର ଜ୍ୱଳନ୍ତ ନିଦର୍ଶନ, ଯାହାକି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଧ୍ୟାତ୍ମିକ ଚେତନାକୁ ରୁଦ୍ଧିମନ୍ତ କରିଥାଏ l ଆଶ୍ଵିନ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମାଁଙ୍କ ଯାତ୍ରା ନିମନ୍ତେ ନିଶି ଯାତ୍ରା ହୁଏ । ଉକ୍ତ ରାତ୍ରରେ ମାଁ ମନ୍ଦିରରୁ ପ୍ରସ୍ଥାନ କରି ଭକ୍ତଙ୍କ ଅଳି ଅର୍ଦ୍ଦଳୀ ଶୁଣିବା ପାଇଁ ନିଶି ସମୟରେ ଭକ୍ତଙ୍କ ଘର ଘର
ବୁଲିଥାନ୍ତି। ଭକ୍ତ ମାଆଙ୍କୁ ସମ୍ମୁଖରେ ପାଇ କଳସ ବସାଇ ସ୍ଵାଗତ କରି ନିଜ ଦୁଃଖ ଜଣାଇଥାଏ।ଏହି ପରି ପ୍ରତିବର୍ଷ ମାଁ ଘର ଘର ବିଜେ କରି ନିଶି ମନ୍ଦିରରେ ବିଶ୍ରାମ ନେଇଥାନ୍ତି। ପରଦିନ ଠିକ ଅପରାହ୍ନ ସମୟରେ ନିଜ ମନ୍ଦିରକୁ ବିଜେ କରିଥାନ୍ତି l ମାଁଙ୍କ ଆଶିର୍ବାଦ ପାଇଁ ମାନସିକଧlରୀଙ୍କ ଲମ୍ବା ଧାଡି ଲାଗିଥାଏ l ମାଁ ଙ୍କ କୃପାରୁ ମାନସିକପୁରଣ ହୋଇଥିବା ଭକ୍ତଙ୍କ ଶତାଧିକ ବୋଦା ବଳିରେ ରକ୍ତ ରଞ୍ଜିତ ହୋଇଥାଏ ଦେବୀ ପୀଠ । ମାଁଙ୍କ ଆଶିର୍ବାଦ ପାଇବାପାଇଁ ଘଣ୍ଟାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏପଟେ ଶାରଦୀୟ ଦୁର୍ଗାପୂଜା ପାଇଁ ଆଜି ଅଧିବାସ ହୋଇ ଆସନ୍ତାକାଲିଠାରୁ ପାଞ୍ଚଦିନ ପାଇଁ ମାଁ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେବେ । ଜୟ ଲକ୍ଷ୍ମୀ କ୍ଳବ ଓ ସମଲେଶ୍ଵରୀ ଯୁବକ ସଂଘର ମିଳିତ ଉଦ୍ୟମ ଓ ଘଣ୍ଟାପଡ଼ାବାସୀଙ୍କ ସହଯୋଗରେ ପ୍ରଥମ ଥର ପାଇଁ ଚଳିତ
ବର୍ଷ ଯାତ୍ରାକୁ ଆହୁରି ଆକର୍ଷଣ କରିବାପାଇଁ ମହିଷାସୁର ଦରବାର ଓ ମୀନାବଜାରର ବ୍ୟବସ୍ଥା କରାଯାଇଛି। ରାତିରେ ଆହୁରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବା ନେଇ ପ୍ରକାଶ କରିଛନ୍ତି ଗ୍ରାମ୍ୟ କମିଟୀର ଉପଦେଷ୍ଠା ସୁଶାନ୍ତ ମାଝୀ ଓ ପୂଜା କମିଟୀ ସଭାପତି ଗିରିଧର ଦେହୁରୀ । (କଣ୍ଟାମାଳରୁ ଜୟ କୁମାର ମହାରଣା ଙ୍କ ରିପୋର୍ଟ )