-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ରାସ୍ତା ଘାଟ ର ଦୁର୍ଦିନ ଅବସ୍ଥା ଭିତରେ ଆୟୋଜନ ହେବ ଗୋବିନ୍ଦତୋଳା -ଧନୁପାଲି ର ପ୍ରସିଦ୍ଧ ଶାରଦୀୟ ଦୁର୍ଗାପୂଜା

16-Oct-2023



 

ସମ୍ବଲପୁର-(ସଂଜୀବକୁମାରପାଣିଗ୍ରାହୀ)
ଗୋବିନ୍ଦତୋଳା ଦୁର୍ଗାପୂଜା ର ଆୟୋଜନ ଆଜି ହୋଇଗଲାଣି ୫୫ ବର୍ଷ l 1969 ମସିହା ରେ କିଛି ପାଠ ପଢୁଆ ଯୁବକ ଏହି ମାଁ ଭୁବନେଶ୍ୱରୀ ଙ୍କୁ ପୀଠ ରେ ପୂଜା କରିବାକୁ ସଂକଳ୍ପ ନେଇଥିଲେ l ସେଭିତରେ ଥିଲେ ସମଲେଇ ଶର୍ମା, ରବି ନାରାୟଣ ସିଂ, ଆଶୁତୋଷ ପାଣିଗ୍ରାହୀ, ମୁରାରୀ ଶୁକ୍ଲା, ରବି ପୁରୋହିତ, ପ୍ରଭାତ ସ୍ୱାଇଁ ( ନିଲୁ ),ପବିତ୍ର ତ୍ରିପାଠୀ, ମାର୍କଣ୍ଢ ପ୍ରଧାନ,ମେଦିନୀ ପାଣ୍ଡେ ଭଳିଆ କିଛି ଯୁବ ସାଥି l ନିଜ ହାତରେ ଗାତ ଖୋଳି ମଣ୍ଡପ ତିଆରି କରି ସାଜସଜ୍ଜା କରୁଥିଲେ ସେମାନେ l ସେତେବେଳେ ବାଦ ପାଲା, ଦାସକାଠିଆ, ଦୂଲଦୁଲି, ଦଣ୍ଡ, ନାଟକ ଥିଲା ମୁଖ୍ୟ ଆକର୍ଷଣ l ସମୟ ସାଥି ରେ ଅନେକ ପରିବର୍ତ୍ତନ ହୋଇଯାଇଛି l ଏବେ ସାଜସଜ୍ଜା ବିଶାଳ ତୋରଣ ଓ ଲାଇଟ ସାଜସଜ୍ଜା ଉପରେ ବେଶି ଗୁରୁତ୍ୱ ଦିଆଯାଉଛି l
ଏବର୍ଷ ଗୋବିନ୍ଦତୋଳା ବହୁ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରି ଆୟୋଜନ କରୁଛି ଦୁର୍ଗାପୂଜା l ଘର ଓ ଦୋକାନ ଭଙ୍ଗା, ରାସ୍ତା ପ୍ରଶସ୍ତିକରଣ ର ଅଧାପନ୍ତରିଆ କାର୍ଯ୍ୟ, ପାଣି ପାଇପ ଫାଟି ରାସ୍ତା ଉପରେ ବୋହୁଥିବା ସମସ୍ୟା, ଗଛ କଟା ପରି ଅନେକ ସମସ୍ୟା ସୃଷ୍ଟି ହୋଇ ସାଙ୍ଘାତିକ ପରିସ୍ଥିତି ଥିବା ବେଳେ, ବାଧ୍ୟ ହୋଇ ପ୍ରତିକୂଳ ପାରିସ୍ଥିତି କୁ ସାମ୍ନା କରି ଶାରଦୀୟ ଦୁର୍ଗାପୂଜା ର ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ଗୋବିନ୍ଦତୋଳା ଦୁର୍ଗାପୂଜା କମିଟି l ଏବର୍ଷ ସଭାପତି ପ୍ରଦୀପ ପାଢ଼ୀ (ଟୁନା),ସମ୍ପାଦକ ଶୁଭମ ମହାପାତ୍ର, କୋଷାଧକ୍ଷ ବାଙ୍କବିହାରୀ ପଣ୍ଡା ଦାୟିତ୍ୱ ନେଇ ଥିବାବେଳେ ଯୁବକ ସାଥି ଙ୍କୁ ନେଇ ଦୁର୍ଗାପୂଜା ର ଆୟୋଜନ କୁ ସଫଳ କରିବା ପାଇଁ ଅଣ୍ଟା ଭିଡିଛନ୍ତି l ପୂଜା କର୍ତ୍ତା ଦାୟିତ୍ୱ ରେ ଅଛନ୍ତି ଦାଶରଥି ପଣ୍ଡା, ପୂଜକ ଦାୟିତ୍ୱ ରେ ଜଗଦିଶ ଦାସ ଥିବାବେଳେ ଚଣ୍ଡୀ ପାଠ କରିବେ ଅଶୋକ ପଣ୍ଡା l ଚକୁଳି ଫାର୍ମ (ବରଗଡ଼  ଜିଲ୍ଲା ) ର ଆଦିତ୍ୟ ନାୟକ ଓ ତାଙ୍କରି ସହଯୋଗୀ ମାନେ ମାଁ ଙ୍କର ପ୍ରତିମା କୁ ଆକର୍ଷଣୀୟ କରି ରୂପ ଦେବାର ଦାୟିତ୍ୱ ସମ୍ପାଦନ କରୁଛନ୍ତି l ଗୌରୀ ଶଙ୍କର ପଣ୍ଡା, ରଂଜିତ ରଥ ଓ ଦୀପକ ପଣ୍ଡା ମଣ୍ଡପ ରେ ମାଁ ଭୁବନେଶ୍ୱରୀ ଙ୍କର ପୂଜା ସମ୍ପାଦକ ଦାୟିତ୍ୱ ରେ ରହିଛନ୍ତି l ଏବର୍ଷ ଅକ୍ଟୋବର ୨0 ରୁ ୨୫ ଯାଏ ଆୟୋଜନ ହେବାକୁ ଥିବା ଏହି ଶାରଦୀୟ ପୂଜା ରେ ୨୧ ତାରିଖ ମାଆ ଭଉଣୀ ମାନଙ୍କର ଭାଇଜୁଇନ୍ତିଆ ପର୍ବ ଦେବୀ ମଣ୍ଡପ ରେ ମହାସମାରୋହ ରେ କରାଯିବାର କାର୍ଯ୍ୟକ୍ରମ ରହିଛି l ଏବର୍ଷ ର ବ୍ୟୟ ଅଟକଳ ୩0 ଲକ୍ଷ କରାଯାଇଛି l
ଏବର୍ଷ ଦୁର୍ଗାପୂଜା ଭସାଣି ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ର ରୋକ ଆୟୋଜନ କମିଟି କୁ ନିରାଶ କରିଛି l ସେ ଯାହାବି ହେଉ ସମ୍ପୂର୍ଣ୍ଣ ବିପରୀତ ପାରିସ୍ଥିତି ରେ ଆୟୋଜିତ ହେଉଥିବା ଗୋବିନ୍ଦତୋଳା ଦୁର୍ଗାପୂଜା ରେ ଏବର୍ଷ ଶୋଭା ପାଇବ ଷାଠିଏ ଫୁଟ ଉଚ୍ଚ ର ମନ୍ଦିର ଆକୃତି ର ତୋରଣ, ଯାହାକୁ ଶେଷ ସ୍ୱର୍ଶ ଦେବାର କାର୍ଯ୍ୟରତ ଅଛନ୍ତି ଖାତି, ମିଦନାପୁର, ପଶ୍ଚିମବଙ୍ଗ ର ସୁକୁମାର ଖଟୁଆ ଓ ତାଙ୍କର କାରିଗର ସାଥି l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶୋଭାପାଇବ ପ୍ରାୟ ଏକ କିଲୋମିଟର ରାସ୍ତା ରେ ଲାଇଟ ତୋରଣ ଓ ସଜାସଜ୍ଜା l ସେଥିରେ ରହିଛି ଛଅ ଟି ସୁଉଚ୍ଚ ଲାଇଟ ତୋରଣ l
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆକର୍ଷଣୀୟ ଲଟେରୀ ର ବ୍ୟବସ୍ଥା କରାଯାଇଛି l ଯେଉଁଥିରେ ସ୍ଥାନିତ ହୋଇଛି ଛଅ ଟି ମୋଟର ସାଇକେଲ l ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ନିରପେକ୍ଷ ପରିଚାଳନା ପାଇଁ ପ୍ରସିଦ୍ଧ ଏହି ଗୋବିନ୍ଦତୋଳା ଲଟେରୀ ଦୀର୍ଘ ବର୍ଷ ହେଲା ସଫଳତା ର ସହ ଆୟୋଜିତ ହୋଇ ଆସୁଛି ବୋଲି ପ୍ରକାଶ କରିଛନ୍ତି ଦୁର୍ଗାପୂଜା କମିଟି ର ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like