-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଟିକ୍ରାପଡା(ପ୍ରହରି ଛକ)ର ୫୦ ବର୍ଷ ଅହୋରାତ୍ର ନାମଯଂଜ୍ଞ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞର ପ୍ରସ୍ତୁତି ବୈଠକ

16-Oct-2023



ବଲାଙ୍ଗିର (ପ୍ରେରଣା ଖବର ): ଟିକ୍ରାପଡା ଅହୋରାତ୍ର ନାମଯଂଜ୍ଞ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ରେ ସୁବର୍ଣ୍ଣ ଜୟନ୍ତି ସମାରୋହ ନଭେମ୍ବର ୧୯ ରୁ  ନଭେମ୍ବର ୨୭ ତାରିଖ ଏବଂ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ  ନଭେମ୍ବର ୨୨ ରୁ ନଭେମ୍ବର ୨୭ ତାରିଖ ପର୍ଯ୍ଯନ୍ତ ଆୟୋଜନ କରାଯିବାକୁ  ଟିକ୍ରାପଡା ର ପୁରାତନ ଧାର୍ମିକ ଅନୁଷ୍ଠାନ ଶ୍ରୀକ୍ରିଷ୍ଣା ଚୈତନ୍ୟ ସେବା ସଂସ୍ଥାନ (କୀର୍ତ୍ତନ୍ୟ ମଣ୍ଡଳୀ) ଦ୍ୱାରା ଆହୁତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପତିତପାବନ ବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗିର ସହରର ଧାର୍ମିକ ଅନୁଷ୍ଠାନ, ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ବ୍ୟକ୍ତିବିଶେଷ ତଥା ସମସ୍ତ ପଡାବାସୀ ଏବଂ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ର ସମସ୍ତ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ନିମନ୍ତେ ମତାମତ ପ୍ରଦାନ କରିଥିଲେ l ଆୟୋଜକ କମିଟିର  ସଭ୍ୟ ପ୍ରଦୀପ ସାହୁ ସ୍ୱାଗତ ଭାଷଣ ଦେବା ସହ ସଭା ସଂଯୋଜନା କରିଥିଲେ l ଶ୍ରୀ କ୍ରିଷ୍ଣା ଚୈତନ୍ୟ ସେବା ସଂସ୍ଥାନର ସଭାପତି  ପ୍ରକାଶ ନେପାକ  ବିବରଣୀ ପ୍ରଦାନ କରିବା ସହ ଆଗାମୀ ସୁବର୍ଣ୍ଣ ଜୟନ୍ତି ରେ ନାମଯଜ୍ଞ ସହ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ, ୭ ଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ମରଣିକା ପ୍ରକାଶନ କରାଯିବା ସହ ବିଦ୍ୟାଳୟସ୍ତରୀୟ ଆଧ୍ୟାତ୍ମିକ ସଂଗୀତ, ସୌଖିନ ପୋଷାକ, ବେଦ ଉଚ୍ଚାରଣ, ଚିତ୍ରକଳା, ରଙ୍ଗୋଲି,ବକ୍ତୃତା ପ୍ରତିଯୋଗିତା ମାନ ଆୟୋଜନ କରାଯିବା ର ସୂଚନା ଦେବା ସହ  ସହରର ସମସ୍ତ ଅନୁଷ୍ଠାନ ଓ  ବ୍ୟକ୍ତି ବିଶେଷ ଏହି ଉତ୍ସବ କୁ ମହାସମାରୋହରେ ଆୟୋଜନ କରାଯିବାକୁ ମତା ମତ ଦେବାକୁ ଅନୁରୋଧ କରିଥିଲେ l ସମ୍ପାଦକ ଅଙ୍କୁଶ ହୋତା ଆଗାମୀ ସୁବର୍ଣ୍ଣ ଜୟନ୍ତି ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ପ୍ରତିଷ୍ଠାତା ସଭ୍ୟ ଭଗବାନ ବଗର୍ତି  ଏହି ନାମଯଂଜ୍ଞ ର ଅନବରତ ଭାବେ ଆୟୋଜନ କରାଯାଇ ୫୦ ବର୍ଷରେ ପର୍ଦାର୍ପଣ କରିଥିବାରୁ  ଓଡିଶା ରେ ଏକ ଗୌରବ ମୟ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ l ବିଶିଷ୍ଟ ସମାଜ ସେବି ତଥା ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର ସମସ୍ତ ଅନୁଷ୍ଠାନ ନାମଯଜ୍ଞ ଓ ବିଷ୍ଣୁ ମହାଯଜ୍ଞ ସହଯୋଗ କରିବା ପାଇଁ ନିବେଦନ କରିଥିଲେ l ବରିଷ୍ଠ ସଭ୍ୟ ଅଶୋକ ଚାନ୍ଦ ସ୍ମରଣିକା ପ୍ରକାଶନ ଉପରେ ଆଲୋକପାତ କରିଥିଲେ l 
ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ପ୍ରଜାପିତା ବ୍ରାହ୍ମକୁମାରୀ, ସତସଙ୍ଗ ବିହାର, ଭାଗବତ ଭବନ ଏବଂ ଅନ୍ୟ ଅନୁଷ୍ଠାନ ର କର୍ମକର୍ତ୍ତା ମତାମତ ପ୍ରଦାନ କରିଥିଲେ l ବିଶିଷ୍ଟ ସଂଗଠକ ତଥା ସମାଜସେବୀ ଶ୍ରୀକର ମିଶ୍ର ଏକ୍ସନ କମିଟି ର ଗୋପାଳଜୀ ପାଣିଗ୍ରାହୀ, ଭୀମପାହାଡ଼ କମିଟି ରୁ ଲକ୍ଷ୍ମଣ ମେହେର, ସଂକୀର୍ତନ୍ୟ ପ୍ରେମୀ ଗୁଲାବ ବାଗ, ପଙ୍କଜିନୀ ପଣ୍ଡା, ଯୁଧିଷ୍ଠିର ମିଶ୍ର, ପ୍ରଭାଜର ମିଶ୍ର, ଜୟରାମ ମିଶ୍ର, ଗୋପାଳ ହୋତା ପ୍ରମୁଖ ମତାମତ ପ୍ରଦାନ କରିବାସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l କମିଟି ର ସଦସ୍ୟ ସନ୍ତକ ବହିଦାର ଓ ଶିବନାରାୟଣ ରଥ କାର୍ଯ୍ୟକ୍ରମ ଆୟୋଜନ ଉପରେ ସମ୍ୟକ ସୂଚନା ଦେଇଥିଲେ l ମହିଳା କମିଟି ସଦସ୍ୟା କାଉନସିଲର ଇସ୍ମତ ଆରା ଖାନ ଧନ୍ୟବାଦ ଅର୍ପଣ କରିବା ସହ ମହିଳା ମାନଙ୍କର ସହଯୋଗ କାମନା କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like