-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଅପରାଧ

ବଲାଙ୍ଗୀର ସରକାରୀ  ମେଡିକାଲ୍ କଲେଜରେ ଏଡମିସନ୍ ନାଁରେ ଛାତ୍ରଙ୍କ ଠୁଁ ୧୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ, ପୋଲିସ ହାତରେ ଧରା ପଡିଲେ ତିନି ଠକ

13-Oct-2023



ବଲାଙ୍ଗିର (ଚିତ୍ରସେନ ବେହେରା ): ବଲାଙ୍ଗୀର ସରକାରୀ  ମେଡିକାଲ୍ କଲେଜରେ ଏଡମିସନ୍ ନାଁରେ ଛାତ୍ରଙ୍କ ଠୁଁ ୧୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ। ପୋଲିସ ପାଖରେ ପୀଡ଼ିତ ଛାତ୍ର ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ୍ ନେଲା ବଡ଼ ପଦକ୍ଷେପ। ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ କରି ତିନ ଜଣକୁ  ଗିରଫ କଲା ପୋଲିସ୍। ସେହିପରି ଏଥିରେ ସାମିଲ ଥିବା ଆହୁରି ୫  ଜଣଙ୍କ ଖାନ ତଲାସୀ ଜାରି। ଦସ ବର୍ଷରୁ ଏମାନେ ଏଭଳି ଛାତ୍ର ଛାତ୍ରୀଙ୍କୁ ଠକି ଲୁଟୁଥିବାର ସ୍ପଷ୍ଟ କଳା ପୋଲିସ୍। 
    ତେବେ ଏଭଳି ଏକ ବଡ଼ ରେକେଟ୍ ର ବଲାଙ୍ଗୀର ପୋଲିସ୍ ପର୍ଦ୍ଦାଫାଶ କରିଛି। ଯେଉଁଥିରେ ବିଭିନ୍ନ ସରକାରୀ ମେଡିକାଲ୍ କଲେଜର ଡାକ୍ତରୀ ପଢ଼ିବା ପାଇଁ ନାମ ଲେଖା ନାଆରେ ଏମାନେ ଲୁଟୁ ଥିଲେ। ତେବେ ବରଗଡ଼ ସହର ନିବାସୀ ଜଣେ ଛାତ୍ର ଏହିଭଳି ଠକେଇ ର ଶିକାର ହୋଇଥିଲେ। ଯେଉଁଥିରେ ତାଙ୍କଠୁ ପର୍ଯ୍ୟାୟ କ୍ରମେ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବାର ସେ ଓ ତାଙ୍କ ପରିବାର ଲୋକେ ବଲାଙ୍ଗୀର ସାଇବର  ପୋଲିସ୍ ପାଖରେ ଗତ ୪ ଅକ୍ଟୋବର ରେ ଅଭିଯୋଗ କରିଥିଲେ। ତେବେ ମାମଲା ଅନ୍ୟ ଜିଲ୍ଲାର ହୋଇଥିଲେ ସୁଦ୍ଧା ବଲାଙ୍ଗୀର ଏସ ପିଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଏବଂ ଏକ ସ୍ବତନ୍ତ୍ର ସାଇବର ପୋଲିସ୍ ଟିମ୍  ଆଇ ଆଇସି ଭାରତୀ ନାୟକ, ଏସ ଆଇ ଅଭିନାଶ ନାୟକ, ଏସ ଆଇ ଆକାଶ ସାମଲ, ଏସ ଆଇ ଏସ ବାରିକ ଓ ସଦର ତଥା ଟାଉନ ପୋଲିସର ଅଧିକାରୀ ମାନେ ଏହାର ତଦନ୍ତ ଆରମ୍ଭ କରିଥିଲେ। ଏବଂ ଏଥିରେ ଭୁବନେଶ୍ୱର ବରମୁଣ୍ଡା ରୁଚିକା ମାର୍କେଟ ରେ ଥିବା କଳିଙ୍ଗ ଏକାଡେମୀ ରେ ଚଢାଉ କରିଥିଲେ। ତେବେ ଏଥିରେ ତିନି ଅଭିଯୁକ୍ତ ବ୍ୟାସଦେବ ମହାନ୍ତି ନିବାସୀ ନୟାଗଡ଼, ଅଭିନାଶ ଏଲିଆସ କାଂହା ପୁରୋହିତ ନିବାସୀ ଫୁଲବାଣୀ ଓ ମାନସ ପରିଡ଼ା ନିବାସୀ ନୟାଗଡ କୁ ପୋଲିସ୍ ଗିରଫ କରିଛି। ତେବେ ଏମଧ୍ୟରୁ  ଦୁଇ ଜଣଙ୍କୁ ପୋଲିସ ଭୁବନେଶ୍ୱର ରୁ ଏବଂ ଜଣଙ୍କୁ ବେଙ୍ଗାଲୁରୁ ରୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଏମାନଙ୍କ ଠାରୁ ପୋଲିସ୍ ଚାରୋଟି ଦାମୀ ମୋବାଇଲ, ଏକଲକ୍ଷ ୯୦ ହଜାର ଟଙ୍କା ନଗଦ ୬ ଟି ଡେବିଟ କାର୍ଡ ମଧ୍ୟ ପୋଲିସ୍ ଜବତ କରିଛି। ସେହିପରି ଏମାନଙ୍କ ଠାରୁ ଅନେକ ଜାଲ କାଗଜ ପତ୍ର ଓ ଦସ୍ତାବେଜ ପୋଲିସ୍ ଜବତ କରିଛି।  ଏବଂ ଏମାନଙ୍କ ମଧ୍ୟରେ ମୋଟ ଆଠଜଣ ଏହି ରେକେଟ ୧୦ ବର୍ଷ ହେବ ଚଳାଇ ଆସୁଥିଲେ। ତେବେ ନିକଟରେ   ଏମାନେ ବରଗଡ଼ ଓ କେନ୍ଦୁଝର ଜିଲ୍ଲାର ଦୁଇ ଛାତ୍ରଙ୍କୁ ଏଭଳି ଭାବରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବାର ପୋଲିସ୍ କହିଛି। 
   ତେବେ ପୀଡ଼ିତ ଛାତ୍ରଙ୍କ ଭାଇ କହିବା ଅନୁସାରେ ତାଙ୍କ ଭାଇ ଡାକ୍ତରୀ ପଢ଼ିବା ପାଇଁ ନିଟ ପରୀକ୍ଷା ଦେଇଥିଲେ। ଏବଂ ସେଥିରେ ସେ ୩୧ ହଜାର ରେଙ୍କ ଆଣିଥିବା ବେଳେ ଭୁବନେଶ୍ୱର ଯାଇ ଏକ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ପଚରା ଉଚରା କରିଥିଲେ। ଏବଂ ଏହି ସମୟରେ ସେଠିକାର  କଳିଙ୍ଗ ଏକାଡେମୀରୁ କିଛି ବ୍ୟକ୍ତି ଆସି ତାଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ସେମାନେ ତାଙ୍କୁ ଭଲ ମାର୍କ ଅଛି ଓ ସରକାରୀ ମେଡିକାଲ୍ କଲେଜରେ ଏଡମିସନ ମିଳିଯିବ କହି ଥିଲେ। ସେହିପରି ସେ ମଧ୍ୟରୁ କିଛି ବ୍ୟକ୍ତି ନିଜକୁ ଓଜେଇ ର ଅଧିକାରୀ କହି ନକଲି କାଗଜ ପତ୍ରରେ ତାଙ୍କର ଦସ୍ତଖତ ଓ ବିବରଣୀ ନେଇଥିଲେ। ସେହିପରି ବଲାଙ୍ଗୀର, କୋରାପୁଟ ଓ ବାରି ପଡ଼ା ମେଡିକାଲ୍ କଲେଜ ରେ ସିଟ ଖାଲି ଅଛି ଓ ଏହା ପାଇଁ ୩୦ ଲକ୍ଷ ଟଙ୍କା ଏଡମିସନ ବାବଦରେ ଖର୍ଚ୍ଚ ହେବ ବୋଲି କହିଥିଲେ। ସେହିପରି ତାଙ୍କର ବିଭିନ୍ନ ଫର୍ମରେ ବିବରଣୀ ଲେଖି ସେମାନଙ୍କୁ ଦୁଇ ଜଣ ଓଜେଇ କାର୍ଯ୍ୟାଳୟ କୁ ନେଇଥିଲେ। ଏବଂ ସେଠି ବାହାରେ ତାଙ୍କୁ ଛିଡା କରାଇ ସେମାନେ ଭିତରକୁ ଯାଇଥିଲେ। ପରେ ସେଠୁ ଜଣେ ଫେରି ତମର ଏଡମିଶନ ହୋଇ ଯାଇଛି ଏବଂ ଏହାର ଏକ ଇମେଲ 
ଛାତ୍ରର ମୋବାଇଲ କୁ  ଆସିଥିବାର  କହିଥିଲେ। ତେବେ ଛାତ୍ର ଜଣକ ମେଲ ଯାଞ୍ଚ କରିବା ପରେ ବି ବି ଏମ୍ ସି ଏଚ୍ଚ ନାରୁ ଏକ ମେଲ ଆସି ଥିବାର ସେ ଦେଖିଥିଲେ। ଯାହା ପରେ ସେମାନେ ତାଙ୍କ ବିଶ୍ୱାସ ଜିତି ତାଙ୍କୁ ଟଙ୍କା ପୈଠ କରିବାକୁ କହିଥିଲେ। ଯେଉଁଥିରେ ସେମାନେ ୧୬ ଲକ୍ଷ୍ ଟଙ୍କା ପ୍ରଦାନ କରିଥିଲେ। ଏବଂ ସେହି ଖଜା ପତ୍ର ନେଇ ବଲାଙ୍ଗୀର ଆସି ଭୀମ ଭୋଇ ମେଡିକାଲ୍ କଲେଜ ଯାଇ ତାଙ୍କ ଭାଇର ନା ଖୋଜିଥିଲେ। ହେଲେ କଲେଜ୍ କର୍ତ୍ତୁ ପକ୍ଷ ଏଭଳି କିଛି ଆସିଁ ନ ଥିବାର ସ୍ପଷ୍ଟ କରିବା ପରେ ଏମାନେ ଠକେଇରେ ପଡିଥିବାର ଜାଣି ପାରିଥିଲେ। ଏବଂ ତୁରନ୍ତ ବଲାଙ୍ଗୀର ସାଇବର ପୋଲିସ୍ ପାଖରେ ଅଭିଯୋଗ କରିଥିଲେ ବୋଲି ଛାତ୍ରଙ୍କ ଭାଇ କହିଛନ୍ତି। 
  ସେପଟେ ବଲାଙ୍ଗୀର ଏସ ପି ଋଷିକେଶ ଡି କିଲାରି କହିଛନ୍ତି ଯେ ଗତ ୪ ଅକ୍ଟୋବର ରେ ବରଗଡ଼ ନିବାସୀ ଏହି ଅଭିଯୋଗ କରିଥିଲେ। ଯଦିଓ ଏହି ମାମଲା ବରଗଡ଼ ଜିଲ୍ଲାର ଥିଲା ତଥାପି ମାମଲାକୁ ଗୁରୁତର ସହ ନେଇ ଏଠିକାର ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲେ। ଏବଂ ଭୁବନେଶ୍ବର ରେ ଚଢାଉ କରି ଏହି ସବୁ ଜାଲ ଥିବା  ତଥା କଳିଙ୍ଗ ଏକାଡେମୀ ମଧ୍ୟ ଜାଲ ଥିବାର ପୋଲିସ୍ ଜାଣିବାକୁ ପାଇଥିଲା। ସେହିପରି ଏଥିରେ ତୁରନ୍ତ ପଦକ୍ଷେପ ନେଇ ଏଥିରେ ସଂପୃକ୍ତ ଥିବା ତିନି ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବାର ସେ କହିଛନ୍ତି। ଏବଂ ଏଥିରେ ଆହୁରି ପାଞ୍ଚ ଜଣ ଏବେ ଫେରାର ଥିବା ବେଳେ ପୋଲିସ୍ ତାଙ୍କୁ ଧରିବାକୁ ତନାଘନା ଜାରି ରଖିଥିବା ର ସେ କହିଛନ୍ତି। ସେହିପରି ସେ ଲୋକଙ୍କୁ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଏଭଳି ଠକେଇ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ଏବଂ କୌଣସି ସରକାରୀ ମେଡିକାଲ  କଲେଜ ରେ ଏଭଳି ଏଡମିଶନ ମିଳି ନ ଥାଏ ବୋଲି ସେ କହିଛନ୍ତି 


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like