-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ରାଜନୀତି

ବଲାଙ୍ଗୀର ବିଜେଡିପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବିଶାଳ ରାଲି- ଅନଙ୍ଗ ଓ ଲକ୍ଷ୍ମଣଙ୍କ ଟାର୍ଗେଟରେ ବିରୋଧୀ

07-Oct-2023



ବଲାଙ୍ଗୀର(ପ୍ରେରଣା ଖବର)- ଆଜି ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳିର ବିଜୁ ଜନତା ଦଳ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ସହରରେ ଏକ ବିଶାଳ ଶୋଭାଯାତ୍ରା କରାଯାଇ କୋସଲ କଳାମଣ୍ଡଳ ପଡିଆଠାରେ ୫ହଜାରରୁ ଉର୍ଦ୍ଧ୍ୱ ମହିଳା/ପୁରୁଷଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ୨ ତାରିଖରୁ ବିଜେଡି ପକ୍ଷରୁ ଚାଲିଥିବା ଜନସଂମ୍ପର୍କ ପଦଯାତ୍ରା କରାଯାଇ କର୍ମୀ ଙ୍କୁ ଯୋଡାଯାଇଥିବା ବେଳେ ଆଜିର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ବଲାଙ୍ଗୀର ରାଜପରିବାରର ଶକ୍ତିପ୍ରଦର୍ଶନ ବୋଲି କୁହାଯାଉଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଗତ ଗୋଟିଏ ବର୍ଷ ଧରି ନିର୍ବାଚନମଣ୍ଡଳୀରୁ ଦୂରେଇ ରହୁଥିବା ଅର୍କେଶନାରାୟଣ ସିଂଦେଓ ଆଜି ଶିଶୁଉଦ୍ୟାନର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ । ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ, ପୂର୍ବତନ ସାଂସଦ ତଥା କଳିକେଶ ନାରାୟଣ ସିଂଦେଓ ସ୍ଥାନୀୟ ବିଜୁପଟ୍ଟନାୟକ ଶିଶୁଉଦ୍ୟାନରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରା କୋସଳ କଳାମଣ୍ଡଳ ପଡିଆଠାରେ ପହଞ୍ଚି ଥିଲା । ସେଠାରେ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତିଙ୍କ ସଭାପତିତ୍ୱ ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭବାନୀଶଙ୍କର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ

ମୁଖ୍ୟଅତିଥି,ବରେଣ୍ୟ ଅତିଥି ଭାବରେ ବରିଷ୍ଠନେତା ଅନଙ୍ଗଉଦୟ ସିଂଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଯୁବନେତା ଅର୍କେଶ ନାରାୟଣ ସିଂଦେଓ, ମହିଳାନେତ୍ରୀ ଦମୟନ୍ତି ବାଗ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେର, ପ୍ରଦ୍ୟୁତ ମିଶ୍ର, କୈଳାଶ ମହାନ୍ତି, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷ ସରିତା ବାଗ,ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡିର ସୁମନ ନନ୍ଦ, ଦେଓଗାଁ ବ୍ଲକ ସଭାପତି ସୁଶୀଳ ଚାନ୍ଦ, ବଲାଙ୍ଗୀର ସଦର ବ୍ଲକ ସଭାପତି ନୀହାର ବେହେରା,ବଲାଙ୍ଗୀର ନଗର ସଭାପତି ଶମ୍ଭୁ ନାଗ,ଜିଲ୍ଲା କୃଷକ ସଭାପତି ଅଜୟ ଦାସ,ପାଟଣାଗଡର ଯୁବନେତା ଶିବାନନ୍ଦ ପରିଚ୍ଛା,ମୁରିବାହାଲର ହଂସରାଜ ଜୈନ,କଣ୍ଟାବାଞ୍ଜିର ଗିରିରାଜ ସିଂମାଝୀ,ଉଦ୍ଧବ ବେହେରା, ଅଜିତ ଯୋଷୀ, ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଲୋଇସିଂହାର ନବକିଶୋର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ମୁଖ୍ୟଅତିଥି ସୁଶାନ୍ତ ସିଂ,ବିଜୁଜନତା ଦଳ ଗଠନ ସମୟରେ ଅନଙ୍ଗଉଦୟଙ୍କ ଭୂମିକା ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ ଓ

ବିଜେଡି ଅମଳରେ ରାଜ୍ୟ ତଥା ବଲାଙ୍ଗୀର ଜିଲ୍ଲାର ହୋଇଥିବା ବିକାଶ ପ୍ରକଲ୍ପ ଉପରେ କହିଥିଲେ । ଅନଙ୍ଗଉଦୟ ସିଂଦେଓ ତାଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକ ଅମଳରେ ହୋଇଥିବା ବିକାଶ ପ୍ରକଲ୍ପ ଉପରେ କହି ବିରୋଧି ଏଥିରେ କେବଳ ଶ୍ରେୟନେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ସେହିପରି ଗତ ୯ବର୍ଷରେ ବଲାଙ୍ଗୀରକୁ ବିହାର ଭଳି ଅପରାଧିପ୍ରବଣ ଅଞ୍ଚଳ କିଏ କରୁଛି ଓ ଜମିମାଫିଆଙ୍କୁ ସହାୟତା କରୁଛି ଜନସାଧାରଣ ଅବଗତ ହେବା କଥା ବୋଲି କହି ବିରୋଧିପକ୍ଷଙ୍କୁ ଟାର୍ଗେଟ କରିଥିଲେ । ସେହିପରି ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର ତାଙ୍କ ବକ୍ତବ୍ୟରେ ସୋନଗଡ ନଦୀରେ ହୋଇଥିବା ୭ଟି ବ୍ରିଜ,ମଠମନ୍ଦିରର ବିକାଶ,ସ୍କୁଲଗୁଡିକର ରୂପାନ୍ତରିକରଣ, ରାସ୍ତା ଉନତିକରଣ,ମେ ଡିକାଲ କଲେଜ,ଲୋୟରସୁକତେଲର ଉଦାହରଣ ଦେଇ ନବୀନ ପଟ୍ଟନାୟକ ଓ ଅନଙ୍ଗଉଦୟ ସିଂଦେଓଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ବିରୋଧିଙ୍କୁ ଟାର୍ଗେଟ କରି କହିଲେ ଯେ,ବଲାଙ୍ଗୀର ବିଧାୟକ କେବଳ ରାଜପରିବାର,ବିଡିସିସି ବ୍ୟାଙ୍କ ଓ ଏବେ ପୌରପାଳିକା ବିରୋଧରେ କହି କହି ତାଙ୍କ ସମୟ ଅପଚୟ କରୁଛନ୍ତି । ସେ ବିକାଶ କେତେବେଳେ କଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଅନ୍ୟବକ୍ତାଗଣ ମଧ୍ୟ ତାଙ୍କ ବକ୍ତବ୍ୟରେ ଆଗାମୀ ୨୦୨୪ ନିର୍ବାଚନରେ କଳିକେଶଙ୍କୁ ସାଂସଦ ଓ ଅର୍କେଶଙ୍କୁ ବିଧାୟକ ଭାବରେ ଜିଣାଇବାକୁ କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗାୟକ କଳାକାର ଉମାକାନ୍ତ ବାରିକ ଓ  ତାଙ୍କ ଟିମ ଦର୍ଶକଙ୍କୁ ମନୋରଂଜନ କରାଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like