-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବାର୍ହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ଆୟୋଜିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ମୌନାବତୀ ଜାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ
ମୁଖ୍ୟଅତିଥି ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଷ କିଷାନ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବାର୍ହାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିଚନ୍ଦ୍ର ପଶାୟତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ରେ ସୁରଭି ଓ ମିଲେଟ ମିଶନ ଏକ ଅଭିନବ ଆନ୍ଦୋଳନ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ
ରାମପୁର ଡାକ୍ତର ପତି, ବଡକର୍ଲେ ହାଇସ୍କଲର ପ୍ରଧାନଶିକ୍ଷକ ପ୍ରମୋଦ ପ୍ରଧାନ ଯୋଗଦେଇ ମତବ୍ୟକ୍ତ କରିଥିଲେ। ସହକାରୀ ଶିକ୍ଷକ ସୁଶୀଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧନ କେନ୍ଦ୍ର ସଂଯୋଜକ ଜୟ ଶ୍ରୀରାମ ସିକନ୍ଦର ସଂଯୋଜନା କରିଥିଲେ l କ୍ଲଷ୍ଟର ର ଶିକ୍ଷକ ନନ୍ଦିଘୋଷ ବାରିକ, ଅଶ୍ୱିନୀ ପଧାନ,ଆର୍ତ୍ତତାଣ ପଧାନ,ବିନୋଦ ବେହେରା, ନନ୍ଦିନୀ ମେହେର, ଲୋକନାରାୟଣ ମହାନନ୍ଦ ,କୃଷ୍ଣଚନ୍ଦ୍ର ବାରିକ,ମେରୁଧର ପାତ୍ର,ତପସ୍ୱିନୀ ଦାଶ,ଶ୍ୟାମ ପଧାନ,ପଦ୍ମାବତୀ ମେହେର ଓ ଚନ୍ଦ୍ରମା ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଶିକ୍ଷାକର୍ମୀ ଗୁନାରୁ ବାଘ ଅମର ସିଂହ ସହଯୋଗ କରିଥିଲେ l ୧୨ ଗୋଟି ବିଦ୍ୟାଳୟ ର ୧୫୨ ଜଣ ଛାତ୍ରଛାତ୍ରୀ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ବକୃତା, କୁଇଜ,ସୃଜନାତ୍ମକ ଲିଖନ, ରଚନାଲିଖନ ପ୍ରଭୃତି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l କୃତୀତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା l