-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ):
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବେଗରେ ପୁରାଇ ରାସ୍ତାକଡରେ ରଖି ଦେଇଥିବାବେଳେ ଗାଁର ଭାନୁମତି ବାଘ ଶିଶୁପତ୍ରଟିକୁ ଉଦ୍ଧାର କରିଛନ୍ତି । ଭାନୁମତି ବୀରମହାରାଜପୁର ଦୈନିକ ବଜାରକୁ ଆସିାବା ପାଇଁ ବସଷ୍ଟାଣ୍ଡକୁ ଆସୁଥିବା ସମୟରେ ରାସ୍ତାକଡରେ ଏହି ଶିଶୁପୁତ୍ରଟିକୁ ଦେଖି ଉଦ୍ଧାର କରିବାସହ ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିଲେ। ଶିଶୁ ପୁତ୍ରଟି ଜୀବିତ ଥିବାବେଳେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ,ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଜିଲ୍ଲା ପ୍ରସୂତୀ କାଳୀନ ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରର ଇଣ୍ଟେନସିଭ କେଆର୍ ଇଉନିଟ ରେ ଭର୍ତ୍ତି କରାଯାଇଛି l ତେବେ କିଏ ସେହି ମା ଓ କାହିଁକି ଶିଶୁ ପୁତ୍ରକୁ ବର୍ଜ୍ୟ ବସ୍ତୁ ପରି ରାସ୍ତା କଡରେ ଛାଡ଼ି ଚାଲିଗଲା ,ଜଣା ପଡ଼ି ନଥିବାବେଳେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଉକ୍ତ ଶିଶୁ ପୁତ୍ରକୁ ମୁଁ ରଖି ଠିକ୍ ଭାବରେ ଲାଳନ ପାଳନ କରି ବଡ ମଣିଷ କରିବି ବୋଲି ଶ୍ରୀମତୀ ବାଘ କହିଛନ୍ତି।