-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
24-Sep-2023
ଆଜି ବଲାଙ୍ଗିର ଠାରେ ଜିଲ୍ଲା କୁଲତା ସାମାଜ ତରଫରୁ ନୂଆଁଖାଇ ଭେଟଘାଟ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ମଧୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ସମ୍ମାନିତ ଅତିଥି ଭାବେ ପୁଇଁତଳା ବ୍ଳକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଓ ଡବ୍ଲ୍ୟୁ ଓ ଡି ସି ର ଉପଦେଷ୍ଟା ନାରାୟଣ ସାହୁ ଯୋଗ ଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ଛୋଟ ଛୋଟ ଛୁଆ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସମାଜର ବିଭିନ୍ନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଭେଟଘାଟ କାର୍ଯ୍ୟକ୍ରମରେ କୁଲତା ସମାଜର ଶତାଧିକ ସଭ୍ଯ ସଭ୍ୟା ଯୋଗ ଦେଇଥିଲେ l