-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
24-Sep-2023
ବଲାଙ୍ଗୀର(ପ୍ରେରଣା ଖବର ): ସ୍ଥାନୀୟ ଖୁଜେନପାଲି ଠାରେ ଥିବା ଦର୍ଜୀ ଗାର୍ଡେନ ଠାରେ ହରଭଙ୍ଗା ରାଣା ବଂଶ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।ବଲାଙ୍ଗୀର ଦର୍ଜି କ୍ଷତ୍ରିୟ ର ପରିବାର ଏହି ଉତ୍ସବ ରେ ସକ୍ରିୟ ଯୋଗଦାନ କରିଥିଲେ।ପ୍ରାରମ୍ଭରେ ଧର୍ମଗୁରୁ ନାମଦେବ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଉତ୍ସବ ଆରମ୍ଭ କରାଯାଇଥିଲା।ବିଶିଷ୍ଟ ନାଟ୍ୟକାର ମଞ୍ଚ ଅଭିନେତା ପ୍ରହଲ୍ଲାଦ ଦର୍ଜି ଉପସ୍ଥିତ ସମସ୍ତ ପରିବାର ଙ୍କୁ ସ୍ଵାଗତ କରିଥିଲେ।ରାଣା ବଂଶ ର ବଡ଼ ଭାଇ ଅମୀର ଦର୍ଜି ଗୀତା ଶ୍ଳୋକ ପାଠ କରିଥିଲେ।ତାଙ୍କ ପତ୍ନୀ ଅନୁ ଦର୍ଜି ହରେକୃଷ୍ଣ ହରେରାମ ନାମ ସଙ୍କୀର୍ତ୍ତନ କରିଥିଲେ ।ବିଶିଷ୍ଟ ଶିଳ୍ପପତି ସତ୍ୟନାରାୟଣ ଦର୍ଜି ଜାତି ଉତ୍ପତ୍ତି ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ।ସଇଁତଳା କଲେଜ ର ପୂର୍ବତନ ଅଧ୍ୟାପକ କାହ୍ନୁ ଚରଣ ଦର୍ଜି ମୁଖ୍ୟବକ୍ତା ଭାବେ ଜାତି ଏବଂ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପରେ ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ ଲେମ୍ବୁ ଚାମୁଚ,ଡ୍ରଇଂ,ସେଓ ଖିଆ ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ପୁରୁଷ ଏବଂ ମହିଳା ମାନଙ୍କ ମଧ୍ୟରେ ପୃଥକ୍ ପୃଥକ୍ ମ୍ୟୁଜିକାଲ ଚେୟାର ପ୍ରତିଯୋଗୀତା ହୋଇଥିଲା।ପରେ ମହିଳା ଏବଂ ପୁରୁଷ ମାନଙ୍କ ମଧ୍ୟରେ ଅନ୍ତାକ୍ଷରି ପ୍ରତିଯୋଗୀତା ହୋଇଥିଲା।ଏହି ସବୁ ପ୍ରତିଯୋଗୀତା କୁ ଆଶିଷ କୁମାର ଦର୍ଜି ପରିଚାଳନା କରିଥିଲେ। ଆଜିରଏହି ଉତ୍ସବ କୁ ଭରତ ଦର୍ଜି ସଫଳ କରିଥିବାରୁ ତାଙ୍କୁ ବଂଶ ତରଫରୁ ଅଶେଷ ଧନ୍ୟବାଦ୍ ଦିଆଯାଇଥିଲା। ଶେଷରେ ନବୀନ ଦର୍ଜି ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।